Posted inଖେଳ

IPL-2025 ଉଦ୍‌ଘାଟନୀ ମ୍ୟାଚରେ ଆର୍‌ସିବିର ବିଜୟ ଅଭିଯାନ ଆରମ୍ଭ

କୋଲକାତା, ୨୨।୩: IPL-2025 ଉଦ୍‌ଘାଟନୀ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର(ଆର୍‌ସିବି)ର ବିଜୟ ସହ ଅଭିଯାନ ଆରମ୍ଭ କରିଛି। ବୋଲରଙ୍କ ଦମ୍‌ଦାର ପ୍ରଦର୍ଶନ ଏବଂ ବ୍ୟାଟର ଫିଲ୍‌ ସଲ୍ଟ ଓ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ବଳରେ ଆରସିବି ୭ ଉଇକେଟରେ ଗତ ଥରର ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସ(କେକେଆର)କୁ ଶନିବାର ପରାସ୍ତ କରିଛି।

ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଅନୁଷ୍ଠିତ ମ୍ୟାଚରେ କେକେଆର ୨୦ ଓଭରରେ ୮ ଉଇକେଟ ହରାଇ ୧୭୪ ରନ୍‌ କରିଥିଲା। ଜବାବରେ ଆରସିବି ୧୬.୨ ଓଭରରେ ୩ ଉଇକେଟ ହରାଇ ୧୭୭ ରନ ସଂଗ୍ରହ କରି ନେଇଥିଲା। ଫିଲିପ ସଲ୍ଟ ଓ ବିରାଟ କୋହଲି ଓପନିଂ ଯୋଡ଼ିରେ ୫୧ ବଲ୍‌ରୁ ୯୧ ରନ ଯୋଗ କରି ଦଳର ବିଜୟ ପାଇଁ ପଥ ପରିଷ୍କାର କରିଥିଲେ। ସଲ୍ଟ ୩୧ ବଲ୍‌ରୁ ୫୬ (୯ ଚୌକା, ୨ ଛକା) ରନ୍‌କରି ଆଉଟ ହେବାରୁ ଯୋଡ଼ି ଭାଙ୍ଗିଥିଲା। ମାତ୍ର ବିରାଟ ୩୬ ବଲ୍‌ରୁ ୫୯ (୪ ଚୌକା, ୩ ଛକା) ରନ୍‌ରେ ଅପରାଜିତ ରହି ଦଳକୁ ବିଜୟୀ କରିଥିଲେ। ଅଧିନାୟକ ରଜତ ପଟିଦାର ୧୬ ବଲ୍‌ରୁ ୩୪ ରନର ମୂଲ୍ୟବାନ ଇନିଂସ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କିଏ ସେହି ଆଶୁତୋଷ ଶର୍ମା, ଯିଏ ଲକ୍ଷ୍ନୌ ବିପକ୍ଷରେ ପଲଟାଇଦେଲେ ବାଜି

ବିଶାଖାପାଟନମ୍‌,୨୫।୩: ଲକ୍ଷ୍ନୌ ସୁପରଜାଏଣ୍ଟସ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟସମ୍ୟାନ ଆଶୁତୋଷ ଶର୍ମା ପୁଣି ଥରେ ଆଇପିଏଲରେ ନିଜର ଶକ୍ତି ଦେଖାଇଛନ୍ତି। ଆଶୁତୋଷ...

IPL 2025: ୫୦ ଲକ୍ଷ ଖେଳାଳିଙ୍କ ଆଗରେ ଫେଲ୍‌ ମାରିଲେ କୋଟି କୋଟି ଟଙ୍କାର ଖେଳାଳି

ନୂଆଦିଲ୍ଲୀ,୨୫।୩: IPL 2025ର ଚତୁର୍ଥ ମ୍ୟାଚ ରୋମାଞ୍ଚକରେ ପରିପୂର୍ଣ୍ଣ ଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ଗୋଟିଏ ସମୟରେ ଅସମ୍ଭବ ମନେ ହେଉଥିବା ଲକ୍ଷ୍ୟକୁ ତିନିଟି ବଲ ବାକି...

କବାଡି ଖେଳାଳିଙ୍କ ପାଇଁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୫ା୩: ଭାରତୀୟ କବାଡି ଖେଳାଳିଙ୍କୁ ଖୁବ୍‌ଶୀଘ୍ର ଏକ ବଡ଼ ଆଶ୍ୱସ୍ତି ମିଳିବାକୁ ଯାଉଛି। ଭାରତୀୟ ଆମେଚର କବାଡି ମହାସଂଘ(ଏକେଏଫ୍‌ଆଇ) ଉପରୁ ଅନ୍ତର୍ଜାତୀୟ କବାଡି ମହାସଂଘ (ଆଇକେଏଫ୍‌)...

ଆଜି ଭାରତ-ବାଂଲାଦେଶ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ

ଶିଲଂ,୨୫ା୩: ଆଜି ଭାରତୀୟ ଦଳ ୨୦୨୭ ଏଏଫ୍‌ସି ଏସିଆନ କପ୍‌ କ୍ୱାଲିଫାଇଂ ରାଉଣ୍ଡର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ବାଂଲାଦେଶକୁ ଭେଟିବ। ଗତ ୧୯ ତାରିଖରେ ଭାରତୀୟ...

ଆଶୁତୋଷ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ: ରୋମାଞ୍ଚକର ମ୍ୟାଚରେ ଲକ୍ଷ୍ନୌକୁ ଧୂଳି ଚଟେଇଲା ଦିଲ୍ଲୀ କ୍ୟାପିଟାଲ୍ସ

ବିଶାଖପାଟନମ,୨୪/୩:ଆଇପିଏଲ୍ ,୨୦୨୫ ରେ ଏପର୍ଯ୍ୟନ୍ତ ସବୁଠାରୁ ରୋମାଞ୍ଚକର ମ୍ୟାଚ୍ ରେ ଦିଲ୍ଲୀ କ୍ୟାପିଟାଲ୍ସ ଶେଷ ଓଭରରେ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ପରାସ୍ତ କରିଥିଲା । ବିଶାଖପାଟନମରେ...

ଏହି ଦିନ IPLରେ ପ୍ରଥମଥର ହେବ ୩୦୦ ରନ୍‌: ବଡ଼ ଭବିଷ୍ୟବାଣୀ କଲେ ଡେଲ ଷ୍ଟେନ

ନୂଆଦିଲ୍ଲୀ,୨୫।୩: ପୂର୍ବତନ ଦକ୍ଷିଣ ଆଫ୍ରିକା କ୍ରିକେଟର ଡେଲ ଷ୍ଟେନ ଏକ ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ କରିଛନ୍ତି। ସେ ଆଇପିଏଲ ମ୍ୟାଚରେ ପ୍ରଥମ ଥର ପାଇଁ ୩୦୦ ରନ...

ବାପା ହେଲେ କେ.ଏଲ୍‌ ରାହୁଲ: ପ୍ରଥମ ସନ୍ତାନ ଜନ୍ମ ଦେଲେ ଆଥିୟା

ନୂଆଦିଲ୍ଲୀ,୨୪।୩: ଭାରତୀୟ କ୍ରିକେଟର କେଏଲ ରାହୁଲ ପିତା ହେବାର ସୌଭାଗ୍ୟଲାଭ କରିଛନ୍ତି। ତାଙ୍କ ପତ୍ନୀ ଆଥିୟା ସେଟ୍ଟୀ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ରାହୁଲ...

୨୦୨୬ ଫିଫା ବିଶ୍ୱକପ୍‌ ଖେଳିବ ନ୍ୟୁଜିଲାଣ୍ଡ

ଅକ୍‌ଲାଣ୍ଡ,୨୪ା୩: ନ୍ୟୁଜିଲାଣ୍ଡ ୨୦୨୬ ଫିଫା ବିଶ୍ୱକପ୍‌ ଖେଳିବ। ସୋମବାର ଓସେନିଆ କନ୍‌ଫେଡେରେଶନ କ୍ୱାଲିଫାଇଂ ସିରିଜ ଫାଇନାଲରେ ନ୍ୟୁ କାଲେଡୋନିଆକୁ ୩-୦ ଗୋଲ୍‌ରେ ପରାସ୍ତ କରିବା ପରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image