Advertisement
Categories: ଖେଳ

IPL-2025 ଉଦ୍‌ଘାଟନୀ ମ୍ୟାଚରେ ଆର୍‌ସିବିର ବିଜୟ ଅଭିଯାନ ଆରମ୍ଭ

କୋଲକାତା, ୨୨।୩: IPL-2025 ଉଦ୍‌ଘାଟନୀ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର(ଆର୍‌ସିବି)ର ବିଜୟ ସହ ଅଭିଯାନ ଆରମ୍ଭ କରିଛି। ବୋଲରଙ୍କ ଦମ୍‌ଦାର ପ୍ରଦର୍ଶନ ଏବଂ ବ୍ୟାଟର ଫିଲ୍‌ ସଲ୍ଟ ଓ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ବଳରେ ଆରସିବି ୭ ଉଇକେଟରେ ଗତ ଥରର ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସ(କେକେଆର)କୁ ଶନିବାର ପରାସ୍ତ କରିଛି।

ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଅନୁଷ୍ଠିତ ମ୍ୟାଚରେ କେକେଆର ୨୦ ଓଭରରେ ୮ ଉଇକେଟ ହରାଇ ୧୭୪ ରନ୍‌ କରିଥିଲା। ଜବାବରେ ଆରସିବି ୧୬.୨ ଓଭରରେ ୩ ଉଇକେଟ ହରାଇ ୧୭୭ ରନ ସଂଗ୍ରହ କରି ନେଇଥିଲା। ଫିଲିପ ସଲ୍ଟ ଓ ବିରାଟ କୋହଲି ଓପନିଂ ଯୋଡ଼ିରେ ୫୧ ବଲ୍‌ରୁ ୯୧ ରନ ଯୋଗ କରି ଦଳର ବିଜୟ ପାଇଁ ପଥ ପରିଷ୍କାର କରିଥିଲେ। ସଲ୍ଟ ୩୧ ବଲ୍‌ରୁ ୫୬ (୯ ଚୌକା, ୨ ଛକା) ରନ୍‌କରି ଆଉଟ ହେବାରୁ ଯୋଡ଼ି ଭାଙ୍ଗିଥିଲା। ମାତ୍ର ବିରାଟ ୩୬ ବଲ୍‌ରୁ ୫୯ (୪ ଚୌକା, ୩ ଛକା) ରନ୍‌ରେ ଅପରାଜିତ ରହି ଦଳକୁ ବିଜୟୀ କରିଥିଲେ। ଅଧିନାୟକ ରଜତ ପଟିଦାର ୧୬ ବଲ୍‌ରୁ ୩୪ ରନର ମୂଲ୍ୟବାନ ଇନିଂସ ଖେଳିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel