Royal Enfield Bullet 350 ନା Hunter 350? କିଏ ଦିଏ ଅଧିକ ମାଇଲେଜ୍‌

ରୟାଲ ଏନ୍‌ଫିଲ୍ଡ ବାଇକଗୁଡ଼ିକ କେବଳ ଭାରତରେ ନୁହେଁ ବରଂ ସାରା ବିଶ୍ୱରେ ବହୁତ ଲୋକପ୍ରିୟ। କମ୍ପାନୀର ବୁଲେଟ୍‌ ୩୫୦ ଏବଂ ହଣ୍ଟର ୩୫୦ ପ୍ରତି ଯୁବପିଢ଼ିଙ୍କ ମଧ୍ୟରେ କ୍ରେଜ ବହୁତ ଅଧିକ। ଏହି ଦୁଇଟି ବାଇକ୍‌ ସେମାନଙ୍କର ବୋଲ୍ଡ ଷ୍ଟାଇଲ ପାଇଁ ଜଣାଶୁଣା। ଲୋକମାନେ ଏହି ବାଇକ୍ଗୁଡ଼ିକର ଡିଜାଇନ ଏବଂ ଫିଚରଗୁଡ଼ିକୁ ବହୁତ ପସନ୍ଦ କରନ୍ତି।

କେଉଁ ବାଇକ୍‌ କିଣିବା ଭଲ?
ଏହି ଦୁଇଟି ବାଇକ୍‌ ମଧ୍ୟରୁ କେଉଁଟି ଭଲ ଏବଂ କେଉଁଟି ଅଧିକ ମାଇଲେଜ ଦେଉଛି ସେ ବିଷୟରେ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ରହିଛି? ଏଠାରେ ଆମେ ଆପଣଙ୍କୁ ଉଭୟ ବାଇକ୍‌ର ମାଇଲେଜ ବିଷୟରେ କହିବୁ ଯାହା ଦ୍ୱାରା ଆପଣ ନିଜେ ନିଷ୍ପତ୍ତି ନେଇପାରିବେ ଯେ କେଉଁ ବାଇକ୍‌ କିଣିବା ଭଲ।

ଯଦି ଆମେ ରୟାଲ ଏନଫିଲ୍ଡ ହଣ୍ଟର ଏବଂ ବୁଲେଟର ମାଇଲେଜ ବିଷୟରେ କଥା ହେବା, ତେବେ ଉଭୟର ମାଇଲେଜରେ ସାମାନ୍ୟ ପାର୍ଥକ୍ୟ ଅଛି। ଯଦି ଆମେ ବୁଲେଟର ମାଇଲେଜ ବିଷୟରେ କଥା ହେବା, ତେବେ ଏହା ପ୍ରତି ଲିଟର ତେଲରେ ୩୫ରୁ ୩୭କିଲୋମିଟର। ଏହା ବ୍ୟତୀତ ହଣ୍ଟରର ମାଇଲେଜ ପ୍ରତି ଲିଟରରେ ୩୦ରୁ ୩୨ କିଲୋମିଟର। ତଥାପି ଉଭୟ ବାଇକ୍‌ର ଇଞ୍ଜିନ ସମାନ।

ରୟାଲ ଏନଫିଲ୍ଡ ବୁଲେଟ ୩୫୦ ଜେ-ସିରିଜ ପ୍ଲାଟଫର୍ମ ଉପରେ ଆଧାରିତ ଏବଂ ଏହି ବାଇକ୍‌ରେ ୩୪୯ ସିସି, ଏୟାର କୁଲ୍ଡ, ସିଙ୍ଗଲ ସିଲିଣ୍ଡର ଇଞ୍ଜିନ ରହିଛି। ବୁଲେଟ ୩୫୦ର ଇଞ୍ଜିନ ୬,୧୦୦ rpm ରେ ୨୦bhp ପାଓ୍ବାର କ୍ରିଏଟ୍‌ କରେ ଏବଂ ୪୦୦୦ rpm ରେ ୨୭ Nm ଟର୍କ ସୃଷ୍ଟି କରେ। ବୁଲେଟ ୩୫୦ର ବାଟାଲିଅନ ବ୍ଲାକ ରଙ୍ଗର ଏକ୍ସ-ଶୋରୁମ ମୂଲ୍ୟ ୧.୭୫ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି।

ରୟାଲ ଏନଫିଲ୍ଡ ହଣ୍ଟର ୩୫୦ରେ ୩୪୯cc, ସିଙ୍ଗଲ-ସିଲିଣ୍ଡର, ୪-ଷ୍ଟ୍ରୋକ୍‌ ଏୟାର-କୁଲ୍ଡ ଇଞ୍ଜିନ ଅଛ। ଏହା ସେହି ସମାନ ଇଞ୍ଜିନ ଯାହା ମିଟର ୩୫୦ ଏବଂ Classic ୩୫୦ ପାଇଁ ମଧ୍ୟ ବ୍ୟବହୃତ ହୁଏ। ଏହି ଇଞ୍ଜିନଟି ୫-ସ୍ପିଡ୍‌ ଗିଅରବକ୍ସ ସହିତ ଯୋଡ଼ା ହୋଇଛି ଏବଂ ୬୧୦୦rpmରେ ୨୦.୨bhp ପାଓ୍ବାର ଏବଂ ୪୦୦୦ rpmରେ ୨୭ Nm ପିକ୍‌ ଟର୍କ ଜେନେରେଟ କରେ। ଏହି ବାଇକ୍‌ ୧୧୪ କିଲୋମିଟର ପ୍ରତି ଘଣ୍ଟାର ସର୍ବାଧିକ ଗତି ହାସଲ କରିପାରିବ।

Share