Categories: ବାଣିଜ୍ୟ

ବଜାରରେ ରୟାଲ ଏନ୍‌ଫିଲ୍ଡର ଗରିଲା ୪୫୦

ଭୁବନେଶ୍ୱର,୧୯।୭(ଅଭୟ ଦାଶ): ଦେଶର ପ୍ରମୁଖ ପ୍ରିମିୟମ ବାଇକ୍‌ ତଥା ଗ୍ଲୋବାଲ ମୋଟର ସାଇକେଲ ବ୍ରାଣ୍ଡ୍‌ ‘ରୟାଲ ଏନ୍‌ଫିଲ୍ଡ’ର ବହୁ ପ୍ରତୀକ୍ଷିତ ଏବଂ ପ୍ରିମିୟମ ମଡର୍ନ ରୋଡ୍‌ଷ୍ଟର ‘ରୟାଲ ଏନ୍‌ଫିଲ୍ଡ ଗରିଲା୪୫୦’ର ସର୍ବଭାରତୀୟ ଉନ୍ମୋଚନ (ଅନାବରଣ) ନିକଟରେ ହୋଇଯାଇଛି। ଏକ ଉନ୍ନତ ଚାଳନା ଅନୁଭୂତି ଦେବା ପାଇଁ ଠିକ୍‌ ଭାବେ ନିର୍ମିତ ଗରିଲା ୪୫୦ ଲମ୍ବା ଯାତ୍ରା, ଶୁଦ୍ଧ ଓ ପ୍ରାଥମିକ ଆନନ୍ଦ ପ୍ରଦାନ କରିବା ପାଇଁ ଉଦ୍ଦିଷ୍ଟ ରହିଛି। ସେହିଭଳି ରୟାଲ ଏନ୍‌ଫିଲ୍ଡ ଗରିଲା ବର୍ଗରେ ୩ଟି ଭାରିଆଣ୍ଟ ଯଥା ଆନାଲଗ୍‌, ଡ୍ୟାଶ ଓ ଫ୍ଲାଶ୍‌ ସାମିଲ ରହିଛି।

ଏପରିକି ୫ଟି ଆକର୍ଷଣୀୟ କଲର (ରଙ୍ଗ)ରେ ଉପଲବ୍ଧ ଏହି ମଡେଲର ବୁକିଂ ଆରମ୍ଭ ହୋଇଯାଇଛି ଏବଂ ୨୦୨୪ ଅଗଷ୍ଟରୁ ଡେଲିଭରି ମଧ୍ୟ ଆରମ୍ଭ ହେବ। ସେହିପରି ରୟାଲ ଏନ୍‌ଫିଲ୍ଡ ପକ୍ଷରୁ ଗରିଲା ୪୫୦ ସହିତ ‘ବର୍ଡରଲେସ୍‌ ୱାରେଣ୍ଟ ପ୍ରୋଗ୍ରାମ’ ଶୁଭାରମ୍ଭ କରାଯାଇଛି। ଏହି ପଦକ୍ଷେପ ଚାଳକମାନଙ୍କୁ ସେମାନଙ୍କର ରୟାଲ ଏନ୍‌ଫିଲ୍ଡର ମୋଟରସାଇକେଲ ଉପରେ ବିନା ସୀମାରେ ଅଧିକ ଚାଳନା କରିବା ଓ ଆବିଷ୍କାର କରିବା ପାଇଁ ସ୍ବାଧୀନତା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି ଯାହା ୭୦ରୁ ଅଧିକ ଦେଶ ତଥା ବିଶ୍ୱବ୍ୟାପୀ ୩୦୦୦ରୁ ଅଧିକ ସର୍ଭିସ୍‌ ସେଣ୍ଟରର ଏକ ବିସ୍ତୃତ ନେଟ୍‌ୱର୍କ ଦ୍ୱାରା ସମର୍ଥିତ ।

ଏ ସମ୍ପର୍କରେ ରୟାଲ ଏନ୍‌ଫିଲ୍ଡର ସିଇଓ ବି. ଗୋନ୍ଦରାଜନ କହିଛନ୍ତି, ଗରିଲା ୪୫୦ହେଉଛି ଏକ ନିଶ୍ଚିତ ଭାବେ ଆକର୍ଷଣୀୟ ଓ ଗେମ୍‌ ଚେଞ୍ଜିଂ ରୋଡ୍‌ଷ୍ଟର। ଯେତେବେଳେ ଆମେ ସେର୍‌ପା ୪୫୦ପ୍ଲାଟ୍‌ଫର୍ମ ସହ ଆରମ୍ଭ କରିଥିଲୁ ଆମେ ଏକ ଆଡ୍‌ଭେଞ୍ଚର ଟୁଅରର୍‌ ଓ ଏକ ସୁପରଲେଟିଭ ରୋଡ୍‌ଷ୍ଟର୍‌ର ପରିକଳ୍ପନା କରିଥିଲୁ ଯାହା ସ୍ବତନ୍ତ୍ର ଭାବେ ରୟାଲ ଏନ୍‌ଫିଲ୍ଡ ହେବ। ଗରିଲା ୪୫୦ ଠିକ୍‌ ଏକ ରୋଡ୍‌ଷ୍ଟର ଭଳି ଚରିତ୍ର ଓ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ । ହିମାଳୟାନ ସହ ସମାନ୍ତରାଳ ଭାବେ ବିକଶିତ ଗରିଲାକୁ ସହରାଞ୍ଚଳ ଚାଳନା ସମେତ ଅସମତଳ ସଡକରେ ସପ୍ତାହାନ୍ତର ଚାଳନା ପାଇଁ ସଠିକତା ଲାଗି ଟ୍ୟୁନ୍‌ କରାଯାଇଛି।

Share