ରୟାଲ ଏନ୍‌ଫିଲ୍ଡର ନୂତନ ଅଭିଯାନ

ନୂଆଦିଲ୍ଲୀ,୨୦।୮: ଦେଶର ପ୍ରମୁଖ ଦୁଇ ଚକିଆ ଯାନ ତଥା ରୟାଲ ଏନ୍‌ଫିଲ୍ଡର ନୂତନ ଅଭିଯାନ ‘ରିଜିଓନାଲ ଟିଶାର୍ଟ କଲେକ୍ସନ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହି ନୂତନ ଆଞ୍ଚଳିକ/ରିଜିଓନାଲ ଟିସାର୍ଟ କଲେକ୍ସନକୁ ମଧ୍ୟ ସର୍ବଭାରତୀୟସ୍ତରରେ ଉନ୍ମୋଚନ (ଅନାବରଣ) କରାଯାଇଛି। ଅପରପକ୍ଷରେ ମୋଟରସାଇକ୍ଲିଙ୍ଗ୍‌ ପାଇଁ ବିବିଧତା ଓ ମିଳିତ ଆଗ୍ରହର ଏକ ସେଲିବ୍ରେଶନ ଜରିଆରେ ରୟାଲ ଏନ୍‌ଫିଲ୍ଡ ୧୬ଟି ଏକ୍ସକ୍ଲୁସିଭ ଡିଜାଇନ ଉପସ୍ଥାପନ କରିଛି, ପ୍ରତ୍ୟେକ ଡିଜାଇନ ସ୍ବତନ୍ତ୍ର ଐତିହ୍ୟ, ସଂସ୍କୃତି ଓ ଭିନ୍ନ ଭିନ୍ନ ଭାରତୀୟ ରାଜ୍ୟର ଉତ୍ସାହକୁ ଉତ୍ସର୍ଗ କରିଛି (ଶ୍ରଦ୍ଧାଞ୍ଜଳି ଜଣାଉଛି)। ପ୍ରତ୍ୟେକ ଡିଜାଇନ ସମ୍ପୃକ୍ତ ଅଞ୍ଚଳର ମହତ୍ତ୍ୱକୁ ଧାରଣ ସହ ନିଜର ମୂଳତ୍ୱକୁ ନେଇ ଗର୍ବ କରୁଥିବା ରାଇଡରମାନଙ୍କ ସହ ପ୍ରତିଧ୍ୱନିତ୍ୱ କରୁଛି। ସେହିଭଳି ଓଡିଶାର ରାଇଡରମାନେ ‘ବୁଲେଟ୍‌ ଟା କ’ଣ ହେଇଚି ମ’ ଟିସାର୍ଟ ସହିତ ନିଜର ଆଇକନିକ ମୋଟରସାଇକେଲ ପାଇଁ ନିଜର ସ୍ଥାନୀୟ ଗର୍ବ ଓ ଭଲ ପାଇବାକୁ ପ୍ରଦର୍ଶିତ କରିପାରିବେ। ଏପରିକି ଅତ୍ୟନ୍ତ ଯତ୍ନର ସହ ନିର୍ମିତ ଏହି ରାଜ୍ୟ ଅନୁପ୍ରାଣିତ ଟି-ଶାର୍ଟଗୁଡିକ ସ୍ଥାନୀୟ ଗର୍ବ ଓ ଗୌରବକୁ ଧାରଣ କରିଛି, ବିଶାଳ ସ୍ମାରକୀଠାରୁ ଆରମ୍ଭ କରି ଲୋକପ୍ରିୟ ଲ୍ୟାଣ୍ଡମାର୍କଗୁଡିକ ପର୍ଯ୍ୟନ୍ତ, ପ୍ରତ୍ୟେକ ଡିଜାଇନରେ ସୁନ୍ଦର ଭାବେ ବୁଣାଯାଇଥିବା ଆଇକନିକ ବୁଲେଟ୍‌-କ୍ଲାସିକ୍‌ର ତ୍ରୁଟିହୀନ ସିଲ୍‌ହୌଟେ ସହିତ ପ୍ରତ୍ୟେକ ଟିଶାର୍ଟ ନିଜ ଅଞ୍ଚଳର ଅନନ୍ୟ ଆକର୍ଷଣକୁ ହାଇଲାଇଟ୍‌ କରୁଛି। ସେହିପରି ଏହି ଟି-ଶାର୍ଟ କେବଳ କ୍ଲୋଥିଙ୍ଗ୍‌ଠାରୁ ଆଗକୁ ବଢିଛି, ଏହା ରାଜ୍ୟର ସ୍ବତନ୍ତ୍ର ଉତ୍ସାହ ଓ ଏହାର ଲୋକପ୍ରିୟ ଭାଷା ଏବଂ ଚାଳକଙ୍କ ବିଶ୍ୱସନୀୟ ରୟାଲ ଏନ୍‌ଫିଲ୍ଡର ଏକ ସେଲିବ୍ରେଶନ ପାଲଟିଛି, ମାତ୍ର ୯୯୦ ଟଙ୍କା ମୂଲ୍ୟର ଏହି ଟି-ଶାର୍ଟଗୁଡିକୁ ୧୦୦% ବିସିଆଇ କଟନରେ ଡିଜାଇନ କରାଯାଇଛି, ଯାହା ଆରାମ ଓ ଷ୍ଟାଇଲର ପ୍ରତିଶ୍ରୁତି ଦେଉଛି। ଏଗୁଡିକ ବାଧାହୀନ ଭାବେ ଖୋଲା ସଡକରୁ ପ୍ରତିଦିନର ଆଡ୍‌ଭେଞ୍ଚରକୁ ସ୍ଥାନାନ୍ତରିତ ହୋଇଥାଏ, ଯାହା ଏଗୁଡିକୁ ଯେ କୌଣସି ଚାଳକଙ୍କ ୱାର୍ଡରୋବ ପାଇଁ ଏକ ନିଶ୍ଚିତ ପୋଷାକରେ ପରିଣତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏୟାରଟେଲ ୟୁଜର୍ସଙ୍କ ବଲ୍ଲେ ବଲ୍ଲେ, ଲଞ୍ଚ୍‌ ହେଲା ୩ଟି ଶସ୍ତା ପ୍ଲାନ୍‌, ମାସେ ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୨୩।୯: ଏୟାରଟେଲ ଏହାର ପ୍ରିପେଡ ବ୍ୟବହାରକାରୀଙ୍କ ପାଇଁ ୩ ଟି ନୂଆ ଯୋଜନା ଆରମ୍ଭ କରିଛି । ସମସ୍ତ ତିନୋଟି ଯୋଜନା ହେଉଛି ଡାଟା ଭାଉଚର୍‌...

୫୦ କୋଟିର କାରବାର ଆକଳନ

ଭୁବନେଶ୍ୱର,୨୩।୯ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜୟପୁରର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ରଗ୍‌ ଉତ୍ସବ’ ନିକଟରେ ଆରମ୍ଭ ହୋଇଯାଇଛି। ଏପରିକି...

ଆଇଏସ୍‌ବି ପକ୍ଷରୁ ପିଜିପି ୱାଇଏଲ୍‌ର ଶୁଭାରମ୍ଭ

ଭୁବନେଶ୍ୱର,୨୩।୯: ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଅଗ୍ରଣୀ ମ୍ୟାନେଜମେଣ୍ଟ କଲେଜ ଇଣ୍ଡିଆନ ସ୍କୁଲ ଅଫ୍‌ ବିଜ୍‌ନେସ୍‌ ବା ଆଇଏସ୍‌ବିର ନୂତନ ପାଠ୍ୟକ୍ରମ ‘ପିଜିପି ୱାଇଏଲ୍‌’ର ଶୁଭାରମ୍ଭ...

୭% ହାରରେ ଭାରତୀୟ ଅର୍ଥନୀତି ଅଭିବୃଦ୍ଧି ଆଶା

ଭୁବନେଶ୍ୱର,୨୩।୯ (ଅନୁରାଧା ମହାରଣା): ଭାରତର ଅର୍ଥନୀତି ଉପରେ ସମଗ୍ର ବିଶ୍ୱର ନଜର ରହିଛି। ଗତ ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥନୀତି ୮.୨ ପ୍ରତିଶତ ହାରରେ...

ପ୍ରଯୁକ୍ତି ସହାୟତାରେ ସଶକ୍ତୀକରଣ

ଭୁବନେଶ୍ୱର,୨୩।୯: ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ମସାଇ ସ୍କୁଲ ସମଗ୍ର ଭାରତ ବର୍ଷରେ ଏକ ନୂଆ ସମ୍ଭାବନା ସୃଷ୍ଟି କରିଛି। ଏପରିକି ଖୁବ୍‌ କମ୍‌ ଦିନ ମଧ୍ୟରେ...

ବୃହତ୍‌ ସଞ୍ଚୟ ଉପରେ ଆକର୍ଷଣୀୟ ରିହାତି

ନୂଆଦିଲ୍ଲୀ,୨୨।୯: ଇ କର୍ମସ ବଜାରରେ ସବୁଠାରୁ ବଡ଼ ପର୍ବ ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ ଫେଷ୍ଟିଭାଲ-୨୦୨୪ ସମ୍ପର୍କରେ ଘୋଷଣା କରାଯାଇଛି। ୨୦୨୪ ସେପ୍ଟେମ୍ବର ୨୭ରୁ ଏହି ମହାପର୍ବ...

ଅକ୍ଟୋବର ୨ରୁ ବୁଣାକାରଙ୍କ ମଜୁରି ବୃଦ୍ଧି

ନୂଆଦିଲ୍ଲୀ,୨୨।୯: ଭାରତ ସରକାରଙ୍କ ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି)ର ଅଧ୍ୟକ୍ଷ ମନୋଜ କୁମାର ଚଳିତ...

ଅକ୍ଟୋବର ୨୭ରେ ‘ଲେକ୍‌ ସାଇଡ୍‌ ଗ୍ଲାମର’

ଭୁବନେଶ୍ୱର,୨୧।୯: (ଅଭୟ ଦାଶ): ସ୍ବସ୍ତି ଗ୍ରୁପ୍‌ର ପ୍ରମୁଖ ହୋଟେଲ ସ୍ବସ୍ତି ଚିଲିକା ରେସର୍ଟ ପକ୍ଷରୁ ଏକ ଦିନିକିଆ ଫ୍ୟାଶନ ଶୋ ୨୦୨୪ ଅକ୍ଟୋବର ୨୭ ରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri