ସନ୍ଧାନୀ କୁକୁରକୁ ରାଜକୀୟ ବିଦାୟ

ନାସିକ,୨୭।୨: ଚାକିରିରୁ ଅବସର ନେବା ସମୟରେ ବିଦାୟ ଉତ୍ସବର ଆୟୋଜନ କରାଯାଇଥାଏ। ନାସିକ ପୋଲିସ ବିଭାଗରେ ଗତ ୧୧ ବର୍ଷ ଧରି କାର୍ଯ୍ୟ କରୁଥିବା ସ୍ପାଇକ୍‌ ନାମକ ସନ୍ଧାନୀ କୁକୁରକୁ ଫେବୃୟାରୀ ୨୪ରେ ରାଜକୀୟ ବିଦାୟ ଦିଆଯାଇଛି। ବମକ ଡିଟେକଶନ୍‌ ଆଣ୍ଡ ଡିସପୋଜାଲ୍‌ ସ୍କ୍ବାଡ୍‌ରେ କାମକରୁଥିବା ସ୍ପାଇକ୍‌ ପୋଲିସ ଗାଡ଼ିର ବନେଟ୍‌ ଉପରେ ବସାଇ ବେଲୁନ ଓ ଗୋଲାପ ଫୁଲରେ ସଜାଇ ପୋଲିସ ବିଭାଗ ବିଦାୟ ଦେଇଛି। ଏହି ଅନନ୍ୟ ବିଦାୟ ଉତ୍ସବ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସ୍ପାଇକ୍‌ ୨୦୧୦ରେ ନାସିକ ପୋଲିସ ବିଭାଗରେ ଯୋଗଦେଇଥିଲା।

Share