Categories: ଜାତୀୟ

୭୦ ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୨।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ୭୦ ହଜାରରୁ ଅଧିକ ଯୁବକଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି। ଦେଶର ୪୪ ଟି ସ୍ଥାନରେ ରୋଜଗାର ମେଳା ଆୟୋଜନ କରାଯାଇଥିଲା। ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କ୍ରମାଗତ ଭାବରେ ଜନସାଧାରଣଙ୍କୁ ଉପହାର ଦେଉଛନ୍ତି। ଏହି କ୍ରମରେ ପିଏମ ମୋଦି ବିଭିନ୍ନ ବିଭାଗ ଏବଂ ସଂଗଠନରେ ନିଯୁକ୍ତ ଯୁବକଙ୍କୁ ଅନ୍‌ଲାଇନ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ କହିଛନ୍ତି, ଆଜି ଦେଶ ପାଇଁ ଏକ ଐତିହାସିକ ଦିନ। ଯୁବକମାନଙ୍କ ପାଇଁ ସରକାରୀ ଚାକିରିରେ ଯୋଗଦେବା ଏହା ଏକ ବଡ଼ ସୁଯୋଗ। ଆପଣଙ୍କୁ ଦେଶକୁ ଗର୍ବିତ କରିବାକୁ ପଡିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତ ୯ ବର୍ଷରେ ୫ମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି ଏବଂ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବାକୁ ଯାଉଛି।

Share