Categories: ଜାତୀୟ

୫୧ ହଜାର ନିଯୁକ୍ତିପତ୍ର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ନବମ ନିଯୁକ୍ତି ମେଳାରେ ୫୧ ହଜାର ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଆଜି ସରକାରୀ ସେବା ପାଇଁ ନିଯୁକ୍ତିପତ୍ର ଗ୍ରହଣ କରିଥିବା ସମସ୍ତ ପ୍ରାର୍ଥୀଙ୍କୁ ଅଭିନନ୍ଦନ। ଆପଣ ସମସ୍ତେ କଠିନ ପରିଶ୍ରମ ପରେ ଏହି ସଫଳତା ହାସଲ କରିଛନ୍ତି। ଲକ୍ଷ ଲକ୍ଷ ପ୍ରାର୍ଥୀଙ୍କ ମଧ୍ୟରୁ ଆପଣ ମନୋନୀତ ହୋଇଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଆମ ଦେଶ ଐତିହାସିକ ନିଷ୍ପତ୍ତି ନେଉଛି ଏବଂ ନୂତନ ଭାରତ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରୁଛି। ଆଗାମୀ ଦିନରେ ସରକାରୀ କର୍ମଚାରୀଙ୍କ ଭୂମିକା ବଢିବାକୁ ଯାଉଛି। ଗତ ୯ ବର୍ଷ ମଧ୍ୟରେ ସରକାର ମିଶନ ମୋଡରେ ଏହି ନୀତି କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନା ପ୍ରତ୍ୟେକ ସ୍ତରରେ ଦେଖିବାକୁ ମିଳୁଛି। କେନ୍ଦ୍ର ସରକାରଙ୍କ ନୀତିକୁ ଭୂମିରେ କାର୍ଯ୍ୟକାରୀ କରିବା ସରକାରୀ କର୍ମଚାରୀଙ୍କ କାମ।

Share