ଆଉ ଜଣେ ଅଭିନେତ୍ରୀଙ୍କୁ କ୍ୟାନ୍‌ସର

ବମ୍ବେ: କ୍ୟାନ୍‌ସରରେ ପୀଡ଼ିତ ହୋଇଛନ୍ତି ଆଉ ଜଣେ ଅଭିନେତ୍ରୀ। ସେ ହେଲେ ରୋଜ୍‌ଲିନ୍‌ ଖାଁ। ଦର୍ଶକଙ୍କ ଗହଣରେ ‘ସବିତା ଭାବି’ ନାମରେ ପରିଚିତ ରୋଜ୍‌ଲିନ୍‌ ସୋସିଆଲ ମିଡିଆରେ ଏକ ଭାବୁକ ପୋଷ୍ଟ କରି ଏ ନେଇ ପ୍ରଶଂସକଙ୍କୁ ଜଣାଇଛନ୍ତି। ପୋଷ୍ଟ ଜରିଆରେ ସେ କ୍ୟାନ୍‌ସରରେ ପୀଡ଼ିତ ଥିବା କହିଛନ୍ତି।

‘ଧମା ଚୌକଡି’, ‘ସବିତା ଭାବି’, ‘ଜି ଲେନେ ଦୋ ଏକ ପଲ୍‌’ ଭଳି ଫିଲ୍ମରେ ନଜର ଆସିଛନ୍ତି ରୋଜ୍‌ଲିନ୍‌। ସେ ପେଟା ଏବଂ ଆଇପିଏଲ୍‌ ସହ ମଧ୍ୟ କାମ କରିଛନ୍ତି। କୋଭିଡ ସମୟରେ ସେ ବ୍ରେକ୍‌ରେ ଥିଲେ। ଏବେ ସେ ନିଜର ରୋଗ ବିଷୟରେ ଜଣାଇବା ସହ ମହିଳାମାନେ ପ୍ରତି ରୂପରେ ସୁନ୍ଦର ବୋଲି ପ୍ରମାଣିତ କରିଛନ୍ତି।

Share