ଅର୍‌ପିଏଫ ଇନ୍ସପେକ୍ଟର ନିଲମ୍ବିତ

ବଲାଙ୍ଗୀର,୨୬।୧: ବଲାଙ୍ଗୀର ଜିଲା ଟିଟିଲାଗଡ଼ରେ କାର୍ଯ୍ୟରତ ଅର୍‌ପିଏଫ ଇନ୍ସପେକ୍ଟରଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। କାର୍ଯ୍ୟରେ ଅବହେଳା ଅଭିଯୋଗରେ ଅର୍‌ପିଏଫ ଇନ୍ସପେକ୍ଟର ଧର୍ମେନ୍ଦ୍ର ମିଶ୍ର ନିଲମ୍ବିତ ହୋଇଛନ୍ତି। ତାଙ୍କ ନିଲମ୍ବନ ନେଇ ସମ୍ବଲପୁର ରେଳ ମଣ୍ଡଳ ସୁରକ୍ଷା ଆୟୋଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।
ଅଭିଯୋଗ ଅନୁଯାୟୀ, ୪ ଦିନ ପୂର୍ବରୁ ଆର୍‌ପିଏଫ୍‌ର ନର୍ଲାରେ କାର୍ଯ୍ୟରତ କନଷ୍ଟେବଳ ବାଳକୃଷ୍ଣ ଭୋଇ ଜଣେ ଗଞ୍ଜେଇ ବେପାରୀଙ୍କଠାରୁ ଲାଞ୍ଚ ନେଉଥିଲେ। ଏହି ଘଟଣା ବାହାରେ ପ୍ରଘଟ ହେବାପରେ ମଧ୍ୟ ଦାୟିତ୍ୱରେ ଥିବା ଇନ୍ସପେକ୍ଟର ଧର୍ମେନ୍ଦ୍ର ମିଶ୍ର ତାଙ୍କ ବିରୋଧରେ କୌଣସି ଆଖି ଦୃଶିଆ ପଦକ୍ଷେପ ନେଉ ନଥିଲେ ଏ ନେଇ ତାଙ୍କୁ ନିଲମ୍ବନ କରାଯାଇଛି।

Share