ରେଳ ଟ୍ରାକ୍‌ରେ ପଡ଼ିଗଲେ ମହିଳା: ଜୀବନକୁ ବାଜି ଲଗାଇ ଏମିତି ବଞ୍ଚାଇଲେ ଯବାନ

ମୁମ୍ବାଇର ଆର୍‌ପିଏଫ ଯବାନ ନିଜ ଜୀବନକୁ ବାଜି ଲଗାଇ ଜଣେ ମହିଳାଙ୍କ ଜୀବନ ରକ୍ଷା କରିଛନ୍ତି। ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସାନ୍ଧୃର୍ଷ୍ଟ ରୋଡ ଷ୍ଟେଶନର ପ୍ଲାଟଫର୍ମରେ ଏହି ଦୁର୍ଘଟଣା ଘଟିଛି। ଯେଉଁଠାରେ ଛିଡ଼ା ହୋଇଥିବା ଜଣେ ମହିଳା ଅଚାନକ୍‌ ଟ୍ରାକ ଉପରେ ପଡ଼ିଯାଇଥିଲେ।

ଡ୍ୟୁଟିରେ ଥିବା ଆର୍‌ପିଏଫ ଯବାନ ଶ୍ୟାମ ସୁରତ ୨୩ ବର୍ଷୀୟା ଅନିଶାଙ୍କୁ ଖସିପଡ଼ିଥିବାର ଦେଖି ସେ ମଧ୍ୟ ଟ୍ରାକକୁ ଡେଇଁଥିଲେ। ଟ୍ରେନ ଆସିବା ପୂର୍ବରୁ ପ୍ଲାଟଫର୍ମରେ ଉପସ୍ଥିତ ଲୋକଙ୍କ ସାହାଯ୍ୟରେ ମହିଳାଙ୍କୁ ଉଦ୍ଧାର କରିଥିଲେ।

ଅନିଶା ଷ୍ଟେସନର ପ୍ଲାଟଫର୍ମ ନମ୍ବର ୨ ରେ ଛିଡ଼ା ହୋଇଥିଲେ।ହଠାତ୍‌ ମୁଣ୍ଡ ବୁଲାଇବା ହେତୁ ସେ ରେଳ ଟ୍ରାକ୍‌ରେ ପଡିଯାଇଥିଲେ। ଆରପିଏଫ କନଷ୍ଟେବଳ ଶ୍ୟାମ ତାଙ୍କୁ ଖସିପଡିଥିବାର ଦେଖି ନିଜ ଜୀବନକୁ ବାଜି ଲଗାଇ ଟ୍ରାକକୁ ଡେଇଁଥିଲେ। ପରେ ସେ ୟନିଶାଙ୍କ ଜୀବନ ରକ୍ଷା କରିଥିଲେ।

ଏହି ଘଟଣା ଷ୍ଟେଶନରେ ଲଗାଯାଇଥିବା ସିସିଟିଭିରେ କଏଦ ହୋଇଛି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ପରେ ଲୋକେ କହୁଛନ୍ତି, ଏହି ଯବାନ ପୁରସ୍କାର ପାଇବା ଉଚିତ୍‌।

Share