RPF Recruitment 2024: ୨୨୫୦ ସବ ଇନ୍ସପେକ୍ଟର ଏବଂ କନଷ୍ଟେବଳ ପଦବୀରେ ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଜାଣନ୍ତୁ ସମ୍ପୁର୍ଣ ସୂଚନା

ନୂଆଦିଲ୍ଲୀ,୫।୧: ରେଲୱେ ସୁରକ୍ଷା ଫୋର୍ସ (ଆରପିଏଫ୍) ଏବଂ ରେଲୱେ ପ୍ରୋଟେକ୍ସନ୍ ସ୍ପେଶାଲ୍ ଫୋର୍ସ (ଆରପିଏସ୍ଏଫ୍)ରେ ସବ୍-ଇନ୍ସପେକ୍ଟର ଏବଂ କନଷ୍ଟେବଳ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ରେଲୱେ ନିଯୁକ୍ତି ବୋର୍ଡ (ଆରଆରବି)। ଯୋଗ୍ୟ ଆଶାୟୀ ପ୍ରାର୍ଥୀମାନେ ଆରପିଏଫ’ର ଅଫିସିଆଲ ୱେବସାଇଟ rpf.indianrailways.gov.in ରେ ଅନଲାଇନରେ ଆବେଦନ କରିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟାରେ ୨୦୦୦ କନଷ୍ଟେବଳ ଏବଂ ୨୫୦ ସବ-ଇନ୍ସପେକ୍ଟର ପଦବୀରେ ନିଯୁକ୍ତି ମିଳିବ।

ଏଥିପାଇଁ ପ୍ରଥମେ କମ୍ପ୍ୟୁଟର ଟେଷ୍ଟ, ଶାରୀରିକ ଦକ୍ଷତା ପରୀକ୍ଷା (ପିଇଟି) ଏବଂ ଫିଜିକାଲ୍ ଷ୍ଟାଣ୍ଡାର୍ଡ ଟେଷ୍ଟ (ପିଏସଟି) ତିନୋଟି ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ପ୍ରାଥୀମାନଙ୍କୁ ନିଯୁକ୍ତ କରାଯିବ। ପରବର୍ତ୍ତୀ ପର୍ଯ୍ୟାୟକୁ ଯିବାକୁ ପ୍ରାର୍ଥୀମାନଙ୍କୁ ପ୍ରତ୍ୟେକ ପର୍ଯ୍ୟାୟରେ ଯୋଗ୍ୟତା ଅର୍ଜନ କରିବା ଆବଶ୍ୟକ।