Advertisement
Categories: Home Leftଖେଳ

ହାର୍ଦ୍ଦିକଙ୍କ ପରେ ରାଜସ୍ଥାନ ଅଧିନାୟକଙ୍କୁ ୧୨ ଲକ୍ଷ ଜରିମାନା

ଗୁଆହାଟୀ, ୩୧ା୩: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷରେ ୬ରନ ବିଜୟ ମ୍ୟାଚରେ ଏକ ଶ୍ଲୋ ଓଭର ରେଟ୍‌ ପାଇଁ ରାଜସ୍ଥାନ ରୟାଲ୍ସ ଅଧିନାୟକ ର଼୍ୟାନ ପରାଗଙ୍କୁ ୧୨ଲକ୍ଷ ଟଙ୍କା ଜରିମାନା ହୋଇଛି।

ରବିବାର ବର୍ଷାପରା କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସ ୧୮୨/୯ କରିଥିଲା। ଦଳ ପରେ ସିଏସ୍‌କେକୁ ୧୭୬/୬ରେ ସୀମିତ କରିଦେଇଥିଲା। ପରାଗ ଚଳିତ ସିଜନରେ ତାଙ୍କ ଦଳକୁ ପ୍ରଥମ ବିଜୟ ଆଣିଦେଇଥିଲେ। ଆଇପିଏଲ୍‌ ଆଚରଣ ସଂହିତାର ଧାରା ୨.୨୨ ଅନୁସାରେ ସର୍ବନିମ୍ନ ଓଭର ରେଟ୍‌ ଅପରାଧ କରିଛି। ଏଥିପାଇଁ ପରାଗକୁ ୧୨ ଲକ୍ଷ ଟଙ୍କା ଜରିମାନା ହୋଇଥିବା ଆଇପିଏଲ୍‌ କହିଛି। ରାଜସ୍ଥାନ ରୟାଲ୍ସ ଏହାର ଟୁର୍ନାମେଣ୍ଟ ଓପନର ସନରାଇଜର୍ସ ହାଇଦ୍ରାବାଦଠାରୁ ହାରିଯାଇଛି। ଦଳ ଏହାର ପରବର୍ତ୍ତୀ ମ୍ୟାଚ ଏପ୍ରିଲ ୫ରେ ମୁଲାନପୁରରେ ପଞ୍ଜାବ କିଙ୍ଗ୍ସକୁ ଭେଟିବ।

ସେହିପରି ଶ୍ଲୋ ଓଭର ରେଟ୍‌ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା ହୋଇଛି। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ମ୍ୟାଚରେ ଗୁଜରାଟ ଟାଇଟନ୍ସଠାରୁ ମୁମ୍ବାଇ ଇଣ୍ଡିଆନ୍ସ ୩୬ରନ୍‌ରେ ହାରିଯାଇଥିଲା। ଆଇପିଏଲ୍‌ ଆଚରଣ ସଂହିତାର ଧାରା ୨.୨ ଅନୁସାରେ ଦଳର ଏହା ହେଉଛି ପ୍ରଥମ ଅପରାଧ। ତଦନୁସାରେ ସର୍ବନିମ୍ନ ଓଭର-ରେଟ୍‌ ଅପରାଧ ପାଇଁ ପାଣ୍ଡ୍ୟାଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel