Categories: ଖେଳ

ଇଡେନରେ ଆରଆର-କେକେଆର ମୁହାଁମୁହିଁ, ଉଭୟଙ୍କ ପାଇଁ କର ବା ମର ସ୍ଥିତି…

କୋଲକାତା,୧୧।୫ : ଆଇପିଏଲ ୨୦୨୩ର ୫୬ତମ ମ୍ୟାଚ ଗୁରୁବାର ସନ୍ଧ୍ୟା ସାଢ଼େ ୭ଟାରେ କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ(କେକେଆର) ଏବଂ ରାଜସ୍ଥାନ ରୟାଲ୍ସ(ଆରଆର) ମଧ୍ୟରେ ଖେଳାଯାଉଛି । ପଏଣ୍ଟ ଟେବୁଲରେ ରାଜସ୍ଥାନ ପଞ୍ଚମ ସ୍ଥାନରେ ରହିଛି। ସେହିପରି ଷଷ୍ଠ ସ୍ଥାନରେ କୋଲକାତା ଦଳ ରହିଛି। ରନ ହାରରେ ରାଜସ୍ଥାନ ଆଗରେ ରହିଛି। ଏଭଳି ପରିସ୍ଥିତିରେ ଉଭୟ ଦଳ ଏହି ମ୍ୟାଚ ଜିତିବା ଆବଶ୍ୟକ ବୋଲି କୁହାଯାଇପାରେ। ଉଭୟଙ୍କ ପାଇଁ କର ବା ମର ସ୍ଥିତି ରହିଛି। କୋଲକାତା ଦଳ ଏହାର ଶେଷ ୨ଟି ମ୍ୟାଚ ଜିତିଛି। ଅନ୍ୟପକ୍ଷରେ ରାଜସ୍ଥାନ ହାରିବା ପରେ ଏହି ମ୍ୟାଚ ଖେଳୁଛି। ସେଥିପାଇଁ ଦଳକୁ ଜିତିବା ପାଇଁ ପୂର୍ଣ୍ଣ ଶକ୍ତି ପ୍ରୟୋଗ କରିବାକୁ ପଡ଼ିବ।

କୋଲକାତାର ପିଚ ପୂର୍ବ ରୁ ବୋଲରମାନଙ୍କୁ ସୁହାଉ ଥିଲା। କିନ୍ତୁ ନୂଆ ପିଚ ଯୋଗୁ ବର୍ତ୍ତମାନ ବ୍ୟାଟ୍ସମ୍ୟାନଙ୍କ ଗୁରୁତ୍ୱ ବଢ଼ି ଯାଇଛି। ସେଥିପାଇଁ ଏଠାରେ ବଡ଼ ସ୍କୋର ହେଉଛି। ଏହା ସହିତ ଚେଜ୍‌ କରିବା ମଧ୍ୟ ସହଜ ଅଟେ।

କୋଲକାତାର ସମ୍ଭାବ୍ୟ ପ୍ଲେଇଙ୍ଗ ୧୧ରେ ରହମାନୁଲ୍ଲା ଗୁରୁବାଜ (ଓ୍ବିକେଟ କିପର), ଜେସନ ରଏ, ଭେଙ୍କଟେଶ ଆୟର, ନୀତୀଶ ରାଣା (ଅଧିନାୟକ), ରିଙ୍କୁ ସିଂ, ଆଣ୍ଡ୍ରେ ରସେଲ, ସୁନୀଲ ନାରିନ, ଶାର୍ଦୁଲ ଠାକୁର, ବୈଭବ ଆରୋରା / ଉମେଶ ଯାଦବ, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତୀ ରହିଛନ୍ତି।

ସେହିପରି ରାଜସ୍ଥାନର ସମ୍ଭାବ୍ୟ ପ୍ଲେଇଙ୍ଗ ୧୧ରେ ଯଶସ୍ବ ଜୈସୱାଲ, ଜୋସ ବଟଲର, ସଞ୍ଜୁ ସାମସନ (ଓ୍ବିକେଟ କିପର / ଅଧିନାୟକ), ଦେବଦତ୍ତ ପାଦିକଲ, ଶିମ୍ରନ ହେଟମିୟର, ଧ୍ରୁଭ ଜୁରେଲ, ରବିଚନ୍ଦ୍ରନ ଅଶ୍ୱିନ, ଟ୍ରେଣ୍ଟ ବୋଲ୍ଟ, ଆଦାମ ଜାମ୍ପା, ସନ୍ଦୀପ ଶର୍ମା, ୟୁଜଭେନ୍ଦ୍ର ଚହଲ ପ୍ରମୁଖ ଅଛନ୍ତି।

Share