ଦଳକୁ ଫାଇନାଲ୍‌ ନେବା ପରେ କ୍ଷମା ମାଗିଲେ ମିଲର୍‌

କୋଲକତା,୨୫।୫: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୨ର ଫାଇନାଲ୍‌ରେ ପହଞ୍ଚିଛି ଗୁଜରାଟ ଟାଇଟାନ୍ସ। କୋଲକାତାର ଇଡେନ ଗାର୍ଡେନ୍ସ ଗ୍ରାଉଣ୍ଡରେ ଖେଳାଯାଇଥିବା କ୍ୱାଲିଫାୟାର-୧ରେ ଦଳ ରାଜସ୍ଥାନ ରୟାଲ୍ସକୁ ୭ ଉଇକେଟ୍‌ରେ ପରାସ୍ତ କରି ଫାଇନାଲ୍‌ ଟିକେଟ୍‌ ହାସଲ କରିଛି। ଗୁଜରାଟର ବିଜୟର ହିରୋ ଥିଲେ ଡେଭିଡ ମିଲର। ସେ ୩୮ ବଲରେ ୬୮ ରନ୍‌ର ଏକ ବଡ଼ ଇନିଂସ ଖେଳିଥିଲେ। ମିଲର୍‌ ୩ ଚୌକା ଓ ୫ ଛକା ମାରିଥିଲେ।
୨୦୨୦ ଏବଂ ୨୦୨୧ ସିଜିନ୍‌ରେ ଡେଭିଡ ମିଲର ରାଜସ୍ଥାନ ରୟାଲ୍ସ ପାଇଁ ଖେଳିଥିଲେ। ତାଙ୍କୁ ଅନେକ ମ୍ୟାଚ ଖେଳିବାର ସୁଯୋଗ ମିଳି ନ ଥିଲା। ଏବେ ଆଇପିଏଲର ଚଳିତ ସିଜନରେ ଗୁଜରାଟକୁ ଫାଇନାଲକୁ ନେବା ପରେ ମିଲର୍‌ ତାଙ୍କ ପୁରୁଣା ଦଳକୁ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ସେ ଟୁଇଟ୍‌ କରି ରାଜସ୍ଥାନ ରୟାଲ୍ସକୁ ଦୁଃଖିତ ବୋଲି କହିଛନ୍ତି। ଡେଭିଡ ମିଲରଙ୍କ ଏହି ଟୁଇଟ୍‌ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଡେଭିଡ ମିଲରଙ୍କୁ ଗୁଜରାଟ ଟାଇଟାନ୍ସ ୩ କୋଟି ଟଙ୍କାରେ କିଣିଛି। ଗୁଜରାଟ୍‌ର ସଫଳତା ପାଇଁ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।

Share