Categories: ଖେଳ

ଏମଆଇ ପାଇଁ ୨୧୩ ରନର ବିଜୟ ଲକ୍ଷ୍ୟ ରଖିଲା ଆରଆର…

ମୁମ୍ବାଇ,୩୦।୪ : ଆଇପିଏଲର ୧୦୦୦ ତମ ମ୍ୟାଚ ତଥା ଚଳିତ ସିଜିନର ୪୨ ତମ ମ୍ୟାଚ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ଏବଂ ରାଜସ୍ଥାନ ରୟାଲ୍ସ (ଆରଆର)ମଧ୍ୟରେ ଖେଳାଯାଉଛି। ଟସ ଜିତି ଆରଆର ଟିମ ଅଧିନାୟକ ସଞ୍ଜୁ ସାମସନଙ୍କ ନେତୃତ୍ୱରେ ବ୍ୟାଟିଂ କରିବାକୁ ନିଷ୍ପତ୍ତିି ନେଇ ପଡ଼ିଆକୁ ଓହ୍ଲାଇଥିଲା। ଏମଆଇ ଦଳ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ବୋଲିଂ କରିବା ଆରମ୍ଭ କରିଥିଲା।

ଧାର୍ଯ୍ୟ ୨୦ ଓଭରରେ ଆରଆର ୭ ଓ୍ବିକେଟ ହରାଇ ୨୧୨ ରନ କରିଛି। ଫଳରେ ଏମଆଇ ପାଇଁ ବିଜୟ ଲକ୍ଷ୍ୟ ୨୧୩ ରନ ରହିଛି।

ଆରଆର ପକ୍ଷରୁ ଯଶସ୍ବୀ ଜୈସ୍ବାଲ ୧୨୪ ରନ କରିଥିବାବେଳେ ଜୋସ ବଟଲର ୧୮ ରନ, ସଞ୍ଜୁ ସାମସନ ୧୪ ରନ, ଜାସନ ହୋଲ୍ଡର ୧୧ ରନ କରିଥିଲେ।

Share