Categories: ଖେଳ

ରାଜସ୍ଥାନ ବିପକ୍ଷ ଐତିହାସିକ ବିଜୟ ପରେ ମ୍ୟାକ୍ସୱେଲଙ୍କ ଉପରେ ଟଙ୍କା ବର୍ଷା

ନୂଆଦିଲ୍ଲୀ,୧୫।୫: ଆଇପିଏଲ ୨୦୨୩ର ୬୦ତମ ମ୍ୟାଚ ରବିବାର ଜୟପୁରର ସାୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯାଇଛି। ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚରେ ଆରସିବି ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ଆରସିବି ୨୦ ଓଭରରେ ୫ ଉଇକେଟ ହରାଇ ୧୭୧ ରନ ସ୍କୋର କରିଥିଲା। ଏହାର ଜବାବରେ ରାଜସ୍ଥାନ ୧୦.୩ ଓଭରରେ ୫୯ ରନରେ ସୀମିତ ରହିଥିଲା। ଯାହା ଫଳରେ ଆରସିବି ୧୧୨ ରନରେ ଜିତିଥିଲା। ୱେନ ପର୍ନେଲ ବିଜୟର ହିରୋ ଥିଲେ, ସେ ତିନି ଓଭରରେ ୧୦ରନ ପାଇଁ ତିନୋଟି ଉଇକେଟ ନେଇଥିଲେ।

ଆରସିବି ପାଇଁ ଅଧିନାୟକ ଫାଫ ଡୁ ପ୍ଲେସିସ ୪୪ବଲରୁ ୫୫ ରନ ସଂଗ୍ରହ କରିଥିଲେ। ଏହି ଇନିଂସରେ ସେ ୩ ଚୌକା ଓ ୨ ଛକା ମାରିଥିଲେ। ତାଙ୍କ ବ୍ୟତୀତ ଗ୍ଲେନ ମ୍ୟାକ୍ସୱେଲ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ। ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ୩୩ ବଲରୁ ୫୪ ରନ ସଂଗ୍ରହ କରିଥିଲେ। ଏହି ସମୟରେ ସେ ୫ ଚୌକା ଓ ୩ ଛକା ମାରିଥିଲେ। ମ୍ୟାଚ ପରେ ମ୍ୟାକ୍ସୱେଲଙ୍କ ଉପରେ ଟଙ୍କା ବର୍ଷା ହୋଇଥିଲା ଏବଂ ରବିବାର ମ୍ୟାଚରେ ତାଙ୍କୁ ୪ ଲକ୍ଷ ଟଙ୍କାର ପୁରଷ୍କାର ରାଶି ମିଳିଥିଲା।

ମ୍ୟାକ୍ସୱେଲଙ୍କୁ ଅନ-ଦି-ଗୋ ୪ଏସ ପୁରଷ୍କାର, ଡ୍ରିମ ଇଲେଭେନ ଗେମ ଚେଞ୍ଜର ଅଫ୍‌ ଦ ମ୍ୟାଚ ଆଓ୍ବାର୍ଡ, ଭିଜିଟ ସାଉଦି ବିୟଣ୍ଡ ଦ ବାଉଣ୍ଡରିଜ୍‌ ଲଙ୍ଗେଷ୍ଟ ୬ ଏବଂ ମ୍ୟାଚ ଆଓ୍ବାର୍ଡ ଏବଂ ଅପଷ୍ଟକ୍ସ ମୋଷ୍ଟ ଭେଲ୍ୟୁଏବୁଲ ଆସେଷ୍ଟେ ଅଫ ଦ ମ୍ୟାଚ ଆଓ୍ବାର୍ଡ ମିଳିଥିଲା। ସମସ୍ତ ପୁରସ୍କାରର ମୂଲ୍ୟ ୧ ଲକ୍ଷ ଟଙ୍କା ଥିଲା, ତେଣୁ ପ୍ରତିଯୋଗିତା ପରେ ମ୍ୟାକ୍ସୱେଲଙ୍କୁ ମୂଲ୍ୟ ଟଙ୍କା ଭାବରେ ମୋଟ ୪ ଲକ୍ଷ ଟଙ୍କା ମିଳିଥିଲା।

Share