ମୁମ୍ବାଇ, ୨୬।୪ : ଆଇପିଏଲ୍ ସିଜିନ୍ର ୧୫ତମ ସଂସ୍କରଣରେ ମଙ୍ଗଳବାର ରାଜସ୍ଥାନ ରୟାଲର୍ସ(ଆର୍ଆର୍) ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର୍(ଆର୍ସିବି) ବିପକ୍ଷରେ ବିଜୟ ହାସଲ କରିଛି । ଧାର୍ଯ୍ୟ ୧୪୫ ରନ୍ ଲକ୍ଷ୍ୟର ପିଛା କରି ଆର୍ସିବି ୧୯.୩ ଓଭରରେ ୧୦ ୱିକେଟ ହରାଇ ୧୧୫ ରନ୍ କରିବାକୁ ସକ୍ଷମ ହୋଇଥିଲା ।
ଆର୍ସିବି ପକ୍ଷରୁ ବିରାଟ କୋହଲି ୧୦ ବଲରେ ୯ ରନ୍ କରିଥିଲେ । ସେହିପରି ଫାଫ୍ ଡୁ ପ୍ଲେସିସ୍ ୨୧ ବଲରେ ୨୩ ରନ୍, ଶାହବାଜ ଅହମ୍ମଦ ୨୭ ବଲରେ ୧୭ ରନ୍ କରିଥିଲେ ।
ମହାରାଷ୍ଟ୍ର ପୁଣେର କ୍ରିକେଟ ଆସୋସିଏଶନ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଆରସିବି ଅଧିନାୟକ ଫାଫ ଡୁ ପ୍ଲେସିସ ପ୍ରଥମେ ବୋଲିଂ କରିବାକୁ ଅଣ୍ଟା ଭିଡ଼ିଥିବାବେଳେ ଆର୍ଆର୍ ଅଧିନାୟକ ସଞ୍ଜୁ ସାମସନ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲେ।
ଆର୍ଆର୍ ଅଧିନାୟକ ସଞ୍ଜୁ ସାମସନଙ୍କ ନେତୃତ୍ୱରେ ତାଙ୍କ ଦଳ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୪୪ ରନ୍ ସଂଗ୍ରହ କରିଥିଲା। ଆର୍ସିବି ପାଇଁ ବିଜୟ ଲକ୍ଷ୍ୟ ୧୪୫ ରନ୍ ରହିଥିଲା।
ଆର୍ଆର୍ ପକ୍ଷରୁ ସଞ୍ଜୁ ସାମସନ୍ ୨୧ ବଲ୍ରେ ୨୭ ରନ୍ କରିଥିଲେ। ସେହିପରି ରିୟାନ୍ ପରାଗ ୩୧ ବଲ୍ରେ ୫୬ ରନ୍ କରିଥିଲେ।