ଏହି ସ୍ଥାନରେ ଶୁଟିଂ ହେବ ‘ଆରଆରଆର-୨’

ମୁମ୍ବାଇ: ଏସ୍‌ ଏସ୍‌ ରାଜାମୌଲିଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଆରଆରଆର’ ଏକ ବ୍ଲକବଷ୍ଟର ହିଟ ହୋଇଥିଲା। ଫିଲ୍ମର ଗୀତ ମଧ୍ୟ ଓସ୍କାର ଆଓ୍ବାର୍ଡ ପାଇଥିଲା। ଏହି ବ୍ଲକବଷ୍ଟର ଚଳଚ୍ଚିତ୍ରର ସଫଳତା ଦେଖିବା ପରେ ନିର୍ମାତା ଏହାର ସିକ୍ୱେଲ ଘୋଷଣା କରିଥିଲେ। ସିକ୍ୱେଲ ବିଷୟରେ ସୂଚନା ପାଇବା ପରେ ପ୍ରଶଂସକମାନେ ଖୁସି ହୋଇଯାଇଥିଲେ ଏବଂ ସେମାନେ ଉତ୍ସାହର ସହିତ ଏହାକୁ ଅପେକ୍ଷା କରିଛନ୍ତି। ବର୍ତ୍ତମାନ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଅପଡେଟ୍‌ ସାମ୍ନାକୁ ଆସିଛି।

ମିଡିଆ ରିପୋର୍ଟରୁ ମିଳିଥିବା ସୂଚନା ଅନୁଯାୟୀ, ‘ଆରଆରଆର-୨’ର ସ୍କ୍ରିପ୍ଟ ଉପରେ କାମ ଜାରି ରହିଛି। ଏହି ଚଳଚ୍ଚିତ୍ର ଆଫ୍ରିକାରେ ଶୁଟିଂ ହେବ। ନିକଟରେ ଏକ ମିଡିଆ ସାକ୍ଷାତକାରରେ ଏସ ରାଜାମୌଲିଙ୍କ ପିତା ବିଜୟେନ୍ଦ୍ର ପ୍ରସାଦ ଖୁଲାସା କରିଥିଲେ ଯେ ଫିଲ୍ମର ସିକ୍ୱେଲରେ କାହାଣୀ ଆଫ୍ରିକାରେ ଜାରି ରହିବ।

 

Share