‘ଆରଆରଆର’ ଫେମ୍‌ ଷ୍ଟିଭେନ୍ସନଙ୍କ ପରଲୋକ

ମୁମ୍ବାଇ: ନିର୍ଦ୍ଦେଶକଗଏସ୍‌ ଏସ୍‌ ରାଜାମୌଲିଙ୍କ ବ୍ଲକବଷ୍ଟର ଚଳଚ୍ଚିତ୍ର ‘ଆରଆରଆର’ରେ ନକାରାତ୍ମକ ଚରିତ୍ରରେ ଅଭିନୟ କରିଥିବା ଇଂରେଜ ଅଭିନେତା ଷ୍ଟିଭେନ୍ସନଙ୍କ ଦେହାନ୍ତ ହୋଇଛି। ସେ ୫୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ହେଲେ ତାଙ୍କ ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ ଜଣାପଡିନାହିଁ।

ଷ୍ଟିଭେନ୍ସନ ‘ଆରଆରଆର’ରୁ ଭାରତୀୟ ଦର୍ଶକଙ୍କ ମଧ୍ୟରେ ଲୋକପ୍ରିୟତା ହାସଲ କରିଥିଲେ। ଏହି ଚଳଚ୍ଚିତ୍ରଟି ଷ୍ଟିଭେନ୍ସନଙ୍କ କ୍ୟାରିୟରର ଏକମାତ୍ର ଭାରତୀୟ ଚଳଚ୍ଚିତ୍ର।

Share