ଜାପାନରେ ‘ଆରଆରଆର’ର ଜଲୱା, ଗୋଟିଏ ସପ୍ତାହରେ ସବୁଠାରୁ ଅଧିକ ଆୟ କରିଥିବା ଭାରତୀୟ ଫିଲ୍ମ ତାଲିକାରେ ସାମିଲ

ମୁମ୍ବାଇ: ରାମ ଚରଣ ଓ ଜୁନିୟର ଏନଟିଆରଙ୍କ ଅଭିନୀତ ଏସ ଏସ ରାଜାମୌଳିଙ୍କ ବ୍ଲକବଷ୍ଟର ମୁଭି ‘ଆରଆରଆର’ ଜାପାନି ବକ୍ସ ଅଫିସରେ ଜବରଦସ୍ତ ବ୍ୟବସାୟ କରିବାରେ ଲାଗିଛି । ସାରା ବିଶ୍ୱରେ ପ୍ରଭାବଶାଳୀ ପ୍ରଦର୍ଶନ ପରେ ଏହା ୧୧୦୦ କୋଟିରୁ ଅଧିକ ଆୟ କରିଥିଲା । ସେଥିମଧ୍ୟରୁ ଉତ୍ତର ଆମେରିକାରେ ଏହା ୧୧୦କୋଟିରୁ ଅଧିକ ବ୍ୟବସାୟ କରିଥିଲା । ଏବେ ଏହି ଫିଲ୍ମ ୨୧ ଅକ୍ଟୋବରରେ ଜାପାନରେ ରିଲିଜ୍ ହୋଇଥିଲା ।
କିଜୋ କବାଟାର ଟ୍ୱିନ ଜାପାନର ୪୪ ସହର ଓ ଅଞ୍ଚଳରେ ୨୦୯ ସ୍କ୍ରିନ ଓ ୩୧ ଆୟିମ୍ୟାକ୍ସ ସ୍କ୍ରିନରେ ‘ଆରଆରଆର’ ରିଲିଜ ହୋଇଥିଲା । ଯାହା ପୂର୍ବ ଏସିଆ ରାଷ୍ଟ୍ରରେ ଏକ ଭାରତୀୟ ଫିଲ୍ମ ପାଇଁ ସବୁଠାରୁ ବ୍ୟାପକ । ରଜନୀକାନ୍ତ ସବୁଠାରୁ ଲୋକପ୍ରିୟ ଭାରତୀୟ ଷ୍ଟାର । ରଜାମୌଳି, ଏନଟିଆର ଜୁନିୟର ଓ ରାମ ଚରଣ ଫିଲ୍ମର ପ୍ରଚାର ପାଇଁ ଜାପାନ ଯାଇଥିଲେ ।
ଟ୍ୱିନର ସୂଚନା ଅନୁଯାୟୀ, ଗୋଟିଏ ସପ୍ତାହରେ ‘ଆରଆରଆର’ ଜେପିୱାଇ ୭୩ ମିଲିୟନ ଅର୍ଥାତ୍ ଭାରତୀୟ ମୁଦ୍ରାରେ ୪କୋଟିରୁ ଅଧିକ ଆୟ କରିଛି । ଯାହା ଭାପାନରେ ପ୍ରଥମ ଭାରତୀୟ ଫିଲ୍ମ ଭାବେ ଗୋଟିଏ ସପ୍ତାହରେ ଏତେ କଲେକସନ କରିଛି । ଟ୍ୱିନ ଅନୁମାନ କରିଛି ୧୦ ଦିନ ମଧ୍ୟରେ ଏହି ଫିଲ୍ମ ତା’ର ଲାଭ ଉଠାଇଦେବ ।

Share