ଜାଣନ୍ତୁ ପ୍ରଥମ ଦିନରେ କେତେ ଆୟ କରିଛି ଫିଲ୍ମ‘ଆର୍‌ଆର୍‌ଆର୍‌’

ବହୁ ପ୍ରତୀକ୍ଷିତ ଫିଲ୍ମ‘ଆର୍‌ଆର୍‌ଆର୍‌’ ଶୁକ୍ରବାର ରିଲିଜ୍‌ ହୋଇଯାଇଛି। ନିର୍ଦ୍ଦେଶକ ରାଜାମୌଲିଙ୍କ ଏହି ଫିଲ୍ମକୁ ଦେଖିବାକୁ ସିନେମା ହଲ୍‌ରେ ଭିଡ ଦେଖିବାକୁ ମିଳିଥିଲା। ତେବେ ବକ୍ସ ଅଫିସରେ ସମସ୍ତ ରେକର୍ଡ ଭାଙ୍ଗିବ ବୋଲି କୁହାଯାଉଛି। ପ୍ରଥମ ଦିନରେ ହିନ୍ଦୀ ଭର୍ସନରେ ୧୮ କୋଟି ଟଙ୍କା ଆୟ କରିଥିବା କୁହାଯାଉଛି। ସେହିପରି ତେଲୁଗୁ ରାଜ୍ୟରେ ଏହି ଚଳଚ୍ଚିତ୍ର ସମସ୍ତ ରେକର୍ଡ ଭାଙ୍ଗି ୧୦୦କୋଟିରୁ ଅଧିକ ଆୟ କରିଛି। ପୂରା ଦେଶରେ ପ୍ରାୟ ୫୦୦୦ ସ୍କ୍ରିନ୍‌ରେ ଫିଲ୍ମଟି ରିଲିଜ୍‌ ହୋଇ ଥିବାବେଳେ ଉତ୍ତର ଭାରତରେ ପ୍ରାୟ ୨୦୦୦ ସ୍କ୍ରିନରେ ରିଲିଜ୍‌ ହୋଇଛି । ସେହିପରି ତେଲୁଗୁ ରାଜ୍ୟରେ ୧୮୦୦ ସ୍କ୍ରିନ, କେରଳରେ ୫୦୦ ଏବଂ ତାମିଲନାଡୁରେ ୧୨୦୦ ସ୍କ୍ରିନରେ ରିଲିଜ ହୋଇଛି ସିନେମାରେ ରାମ ଚରଣ, ଜୁନିୟର ଏନ୍‌ଟିଆର, ଅଜୟ ଦେବଗନ ଏବଂ ଆଲିଆ ଭଟ୍ଟ ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି ।

Share