ଆସିବ ଫିଲ୍ମ ‘ଆର୍‌ଆର୍‌ଆର୍‌’ର ସିକ୍ୱେଲ

ଏସ୍‌ ଏସ୍‌ ରାଜାମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆର୍‌ଆର୍‌ଆର୍‌’ଚଳିତ ବର୍ଷ ରେକର୍ଡ ସୃଷ୍ଟି କରିଥିଲା। ଅଭିନେତା ରାମ ଚରଣ ଏବଂ ଜୁନିୟର ଏନ୍‌ଟିଆର ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଦୁହିଁଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିଲା। ଇତି ମଧ୍ୟରେ ‘ଆର୍‌ଆର୍‌ଆର୍‌’ର ସିକ୍ୱେଲକୁ ନେଇ ଏକ ଖବର ସାମ୍ନାକୁ ଆସିଛି। ଯାହାକୁ ନେଇ ରାଜାମୌଲି ନିଶ୍ଚିତ କରିଛନ୍ତି। ଚିକାଗୋରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜାମୌଲି କହିଛନ୍ତି, ମୋ ପିତା ମୋ ଫିଲ୍ମ କାହାଣୀର ଲେଖକ ଅଟନ୍ତି। ଆମେ ‘ଆର୍‌ଆର୍‌ଆର୍‌-୨’ ବିଷୟରେ ଆଲୋଚନା କରୁଛୁ ଏବଂ ସେ ଏହାର କାହାଣୀ ଉପରେ କାମ କରୁଛନ୍ତି । ‘ଆର୍‌ଆର୍‌ଆର୍‌’ମାର୍ଚ୍ଚ ୨୫ ରେ ସିନେମା ହଲ୍‌ରେ ମୁକ୍ତିଲାଭ କରିଥିଲା।

Share