ଓଟିଟି ପ୍ଲାର୍ଟପର୍ମରେ ଲୋକପ୍ରିୟ ଭାରତୀୟ ଫିଲ୍ମ‘ଆର୍‌ଆର୍‌ଆର୍‌’

ନିର୍ଦ୍ଦେଶକ ଏସ୍‌ ଏସ୍‌ ରାଜାମୌଲିଙ୍କ ଫିଲ୍ମ‘ଆର୍‌ଆର୍‌ଆର୍‌’ବକ୍ସ ଅଫିସରେ ପ୍ରାୟ ୧୧୦୦ କୋଟି ଅତିକ୍ରମ କରି ସମସ୍ତ ରେକର୍ଡ ଭାଙ୍ଗିଛିି। ବର୍ତ୍ତମାନ ନେଟ୍‌ଫ୍ଲିକ୍ସରେ ସବୁଠାରୁ ଲୋକପ୍ରିୟ ଭାରତୀୟ ଚଳଚ୍ଚିତ୍ର ହୋଇପାରିଛି। ଫିଲ୍ମରେ ଜୁନିୟର ଏନ୍‌ଟିଆର ଏବଂ ରାମ ଚରଣଙ୍କ କେମେଷ୍ଟ୍ରିକୁ ଦର୍ଶକ ପସନ୍ଦ କରିଛନ୍ତି। ମାର୍ଚ୍ଚ ୨୫ରେ ଫିଲ୍ମଟି ଏକାଧିକ ଭାଷାରେ ମୁକ୍ତିଲାଭ କରିଥିଲା ଜୁନିୟର ଏନ୍‌ଟିଆର ଏବଂ ରାମ ଚରଣଙ୍କ ବ୍ୟତିତ ଆଲିଆ ଭଟ୍ଟ, ଅଜୟ ଦେବଗନ, ଶ୍ରୀୟା ସରନ, ରୟ ଷ୍ଟିଭେନ୍ସନ, ଆଲିସନ ଡୁଡି ଏବଂ ଅଲିଭିଆ ମୋରିସ ନଜର ଆସିଥିଲେ। ଚଳଚ୍ଚିତ୍ରଟି ବକ୍ସ ଅଫିସରେ ସର୍ବଭାରତୀୟ ସ୍ତରରେ ଭଲ ପ୍ରଦର୍ଶନ କରିଥିଲା ।

Share