‘ଆରଆରଆର’ ଗୋଲଡେନ ଗ୍ଲୋବସ୍‌ ପୁରସ୍କାର ପାଇଁ ମନୋନୀତ

ମୁମ୍ବାଇ: ନିର୍ଦ୍ଦେଶକ ଏସ ଏସ ରାଜାମୌଲିଙ୍କ ଫିଲ୍ମ‘ଆରଆରଆର’ ବର୍ତ୍ତମାନ ଚଳିତ ବର୍ଷ ବିଗ୍‌ ବଜେଟ୍‌ ଚଳଚ୍ଚିତ୍ର। ଯାହା ବକ୍ସ ଅଫିସରେ ଧମାକାଦାର ଆୟ କରି ସମସ୍ତ ରେକର୍ଡ ଭାଙ୍ଗିଛି। ବର୍ତ୍ତମାନ ଏହି ଫିଲ୍ମ ସମଗ୍ର ବିଶ୍ୱରେ ସମ୍ମାନଜନକ ଗୋଲଡେନ ଗ୍ଲୋବ ପୁରସ୍କାର ପାଇଁ ମନୋନୀତ ହୋଇଛି। ଏଥିପାଇଁ ରାଜାମୌଲିିଙ୍କୁ ଅଭିନନ୍ଦନ ଜଣାଉଛନ୍ତି। ପ୍ରଭାସଙ୍କ ଠାରୁ କରଣ ଜୋହର ପର୍ଯ୍ୟନ୍ତ ସୋସିଆଲ ମିଡିଆରେ ପୋଷ୍ଟ ଶେୟାର କରି ଖୁସି ବ୍ୟକ୍ତ କରିଛନ୍ତି। କରଣ ଜୋହର ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି, ‘ଗୋ ଟିମ୍‌ ‘ଆରଆରଆର’ ଗୋଲଡେନ ଗ୍ଲୋବସ୍‌। ଏହା ଅବିଶ୍ୱସନୀୟ ଏବଂ ଆଗାମୀ ଯାତ୍ରାର ଆରମ୍ଭ ମାତ୍ର। ରାଜାମୌଲିଙ୍କ ବାହୁବଳୀ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ପ୍ରଭାସ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ ଗୋଲଡେନ ଗ୍ଲୋବସ ପୁରସ୍କାର ପାଇଁ ‘ଆରଆରଆର’ମନୋନୀତ ହୋଇଥିବାରୁ ମୁଁ ନିଜକୁ ଗର୍ବିତ ଅନୁଭବ କରୁଛି। ଏହି ସଫଳତା ପାଇଁ ସେ ଫିଲ୍ମର ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି।

Share