ଗୋଲ୍ଡେନ ଗ୍ଲୋବ ଆଓ୍ବାର୍ଡ ହାତେଇଲା ‘ନାଟୁ ନାଟୁ’ ଗୀତ

ସାକ୍ରାମେଣ୍ଟୋ,୧୧।୧: ନିର୍ଦ୍ଦେଶକ ଏସ୍‌ ଏସ୍‌ ରାଜାମୌଲିଙ୍କ ଫିଲ୍ମ ‘ଆର୍‌ଆର୍‌ଆର୍‌’ର ସୁପରହିଟ୍‌ ଗୀତ ‘ନାଟୁ ନାଟୁ’ ଗୋଲ୍ଡେନ ଗ୍ଲୋବ ଆଓ୍ବାର୍ଡ ହାତେଇଛି। ଅନ୍ତର୍ଜାତୀୟ ସ୍ତରରେ ଏହି ସଫଳତା ହାସଲ କରିବା ଭାରତୀୟ ଚଳଚ୍ଚିତ୍ର ପାଇଁ ଗର୍ବର ବିଷୟ। ଏହି ପୁରସ୍କାର ଗ୍ରହଣ କରିବା ପାଇଁ ନିର୍ଦ୍ଦେଶକ ରାଜାମୌଲି,ଅଭିନେତା ଜୁନିୟର୍‌ ଏନ୍‌ଟିଆର୍‌ ଏବଂ ରାମ ଚରଣ କାଲିଫର୍ଣ୍ଣିଆ ଗସ୍ତ କରିଥିଲେ।

ଆମେରିକାର କାଲିଫର୍ଣ୍ଣିଆଠାରେ ୮୦ତମ ଗୋଲ୍ଡେନ ଗ୍ଲୋବ ଆଓ୍ବାର୍ଡ ଅନୁଷ୍ଠିତ ହୋଇଥିଲା।
ଯେଉଁଥିରେ ବିଶ୍ୱ ତଥା ଦେଶରୁ ଅନେକ ଚଳଚ୍ଚିତ୍ର ଏବଂ କଳାକାରଙ୍କୁ ମନୋନୀତ କରାଯାଇଛି।
ତେବେ ଭାରତୀୟ ଚଳଚ୍ଚିତ୍ର ତରଫରୁ ରାଜାମୌଲିଙ୍କ ଫିଲ୍ମ ‘ଆର୍‌ଆର୍‌ଆର୍‌’ ଏହି ଗୋଲ୍ଡେନ ଗ୍ଲୋବ ଆଓ୍ବାର୍ଡ ପାଇଁ ଦୁଇଟି ଶ୍ରେଣୀରେ ମନୋନୀତ ହୋଇଥିଲା। ଗୋଟିଏ ନନ ଇଂଲିସ ଲାଙ୍ଗୁଏଜ ଓ ବେଷ୍ଟ ଅରିଜନାଲ ସଙ୍ଗ ମୋଶନ ପିକ୍ଚର। ଯେଉଁଥିରୁ ‘ନାଟୁ ନାଟୁ’କୁ ଶ୍ରେଷ୍ଠ ଗୀତର ମାନ୍ୟତା ମିଳିଛି।

Share