ବମ୍ବେ: ବାହୁବଲୀ ସିରିଜର ସଫଳତା ପରେ ଦର୍ଶକଙ୍କୁ ନୂଆ ଫିଲ୍ମ ଆର୍.ଆର୍.ଆର୍. ଭେଟି ଦେବାକୁ ଯାଉଛନ୍ତି ନିର୍ଦ୍ଦେଶକ ଏସ୍.ଏସ୍. ରାଜାମୌଲୀ। ଦଶହରାରେ ଏହା ପରଦାକୁ ଆସିବ। ଏହାକୁ ବେଶ କିଛି ଦିନ ଥିବା ବେଳେ ଏବେ ଏହାର ପୋଷ୍ଟରକୁ ରିଲିଜ କରାଯାଇଛି।
ଏକ ରିପୋର୍ଟ ଅନୁଯାୟୀ ପାଖାପାଖି ୩୦୦ କୋଟି ଟଙ୍କା ବଜେଟ୍ରେ ନିର୍ମାଣ ହେଉଛି ଏହି ଫିଲ୍ମ। ଏଥିରେ ଜୁନିୟର ଏନ୍ଟିଆର୍ ନଜର ଆସିବେ। ତାଙ୍କ ଚରିତ୍ରର ନାମ ସ୍ବତନ୍ତ୍ରତା ସେନାନି କୋମରମ ଭୀମ। ସେହିଭଳି ରାମ ଚରଣ ଅଲ୍ଲୁରୀ ସିତାରାମ ରାଜୁ ଭୂମିକାରେ ନଜର ଆସିବେ। କେବଳ ଏହି ଦୁଇ ଅଭିନେତାଙ୍କ ଏଣ୍ଟ୍ରି ଦୃଶ୍ୟ ପାଇଁ ୧୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ଫିଲ୍ମର ଏଣ୍ଟ୍ରି ଦୃଶ୍ୟ ପାଇଁ ୨୫ କୋଟି ଖର୍ଚ୍ଚ କରାଯାଇଛି।
ବାହୁବଲୀ ପରି ଆର୍ଆର୍ଆର୍ରେ ବିଏଫ୍ଏକ୍ସର ବ୍ୟବହାର କରାଯିବ। ବାହୁବଲୀ ଟିମ୍ ଏହାର ଗ୍ରାଫିକ୍ସ ଭାର ତୁଲାଉଛି। ଫିଲ୍ମରେ ଜୁନିୟର ଏନ୍ଟିଆର୍ ଏବଂ ରାମଚରଣଙ୍କ ବ୍ୟତିତ ଆଲିଆ ଭଟ୍ଟ, ଅଜୟ ଦେବଗନ ଅଭିନୟ କରୁଛନ୍ତି।