କାଲି ରିଲିଜ୍‌ ହେବ ‘ଆର୍‌ଆର୍‌ଆର୍‌’, ଅନେକ ହଲରେ ଟିକେଟ୍‌ ଶେଷ

ରାତି ପାହିଲେ ରିଲିଜ୍‌ ହେବ ବହୁ ପ୍ରତୀକ୍ଷିତ ଫିଲ୍ମ‘ଆର୍‌ଆର୍‌ଆର୍‌’। ଶୁକ୍ରବାର ଫିଲ୍ମ ରିଲିଜ୍‌ ହେବାକୁ ଥିବା ବେଳେ ଦର୍ଶକଙ୍କ ବହୁ ଦିନର ଅପେକ୍ଷାର ଅନ୍ତ ଘଟିବ। ତେବେ ଫିଲ୍ମକୁ ଦେଖିବାକୁ ସିନେମା ହଲ୍‌ଗୁଡିକରେ ଟିକେଟ୍‌ ବୁକିଂ କେବେଠାରୁ ଆରମ୍ଭ ହୋଇଯାଇଛି। ଅନେକ ସିନେମା ହଲରେ ମଧ୍ୟ ଟିକେଟ୍‌ ବିକ୍ରି ଶେଷ ହୋଇଛି। ଫିଲ୍ମ ଦେଖିବାକୁ ଦିଲ୍ଲୀ ଏନସିଆରରେ ଟିକେଟ୍‌ ପିଛା ୨,୧୦୦ ଟଙ୍କାରେ ବିକ୍ରି ହେଉଛି।
ଏହି ଫିଲ୍ମକୁ ଏସ୍‌ ଏସ୍‌ ରାଜାମୌଲି ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମରେ ଜୁନିୟର ଏନ୍‌ଟିଆର ଏବଂ ରାମ ଚରଣଙ୍କୁ ଦର୍ଶକ ଦେଖିବାକୁ ପାଇବେ । କରୋନା ଯୋଗୁ ଫିଲ୍ମର ରିଲିଜ୍‌ ତାରିଖକୁ ଅନେକ ଥର ସ୍ଥଗିତ ରଖାଯାଇଥିଲା। ଏହି ଫିଲ୍ମଟି ବିଭିନ୍ନ ଭାଷାରେ ରିଲିଜ ହେବାକୁ ଯାଉଛି।

Share