ଆର୍‌ଆର୍‌ଆର୍‌କୁ ମିଳିଲା ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଲ୍ମ ଆଓ୍ବାର୍ଡ

ମୁମ୍ବାଇ: ଦେଶ ନୁହେଁ ଅନ୍ତର୍ଜୀତରୟ ସ୍ତରରେ ମଧ୍ୟ ଏସ୍‌ଏସ୍‌ ରାଜାମୌଳିଙ୍କ ନିର୍ଦ୍ଦେଶିତ ଫିଲ୍ମ ଆର୍‌ଆର୍‌ଆର୍‌କୁ ଏକ ନୂଆ ସଫଳତାର ଶିଢ଼ି ଚଢ଼ିଛି। ଦିନକୁ ଦିନ ଏହା ସଫଳତାର ଏକ ନୂଆ କାହାଣୀ ସୃଷ୍ଟି କରୁଛି। ଏହି ଫିଲ୍ମକୁ ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଲ୍ମ ଆଓ୍ବାର୍ଡ ମିଳିଥିବା ଜଣାପଡ଼ିଛି। ନିକଟରେ ନିର୍ଦ୍ଦେଶକ ରାଜାମୌଳି ନ୍ୟୁୟର୍କ ଫିଲ୍ମ କ୍ରିଟିକ୍ସ ସର୍କଲରେ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ପୁରସ୍କାର ଗ୍ରହଣ କରିଥିଲେ। ବର୍ତ୍ତମାନ ଏହି ଫିଲ୍ମକୁ ଆଟଲାଣ୍ଟା ଫିଲ୍ମ କ୍ରିଟିକ୍ସ ସର୍କଲ ଦ୍ୱାରା ‘ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଲ୍ମ’ ଭାବେ ପୁରସ୍କୃତ କରାଯାଇଛି। ସୋମବାର ଟୁଇଟରରେ ଆଟଲାଣ୍ଟା ଫିଲ୍ମ କ୍ରିଟିକ୍ସ ସର୍କଲ ପକ୍ଷରୁ ମୁଖ୍ୟ ଅଭିନେତା ରାମ ଚରଣ ଏବଂ ଜୁନିୟର ଏନ୍‌ଟିଆରଙ୍କ ଏକ ଫଟୋ ଶେୟାର କରାଯାଇ ପୁରସ୍କାରର ଘୋଷଣା କରାଯାଇଛି। ଅନ୍ୟପଟେ ଭାରତୀୟ ପ୍ରଶଂସକ ଏହାକୁ ନେଇ ବେଶ୍‌ ଉତ୍ସାହିତ ଥିବା ବେଳେ ଆଉଥରେ ଏହାକୁ ବଡ଼ ପରଦାରେ ରିଲିଜ୍‌ କରିବାକୁ ଅନୁରୋଧ କଧିଛନ୍ତି।

Share