ରେଲୱେ ପାଇଁ ୧.୧୦ ଲକ୍ଷ କୋଟି: ୨୭ ସହରରେ ମେଟ୍ରୋ ସେବା

ନୂଆଦିଲ୍ଲୀ, ୧।୨: ଚଳିତ ବଜେଟରେ ରେଲଓ୍ବେ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କା ଘୋଷଣା କରାଯାଇଛି। ୨୦୩୦କୁ ଦୃଷ୍ଟିରେ ରଖି ସରକାର ରେଲଓ୍ବେ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଫ୍ରେଟ୍‌ କୋରିଡୋର ଉପରେ ସରକାର ଗୁରୁତ୍ୱାରୋପ କରୁଥିବା ଅର୍ଥମନ୍ତ୍ରୀ କହିଛନ୍ତି। ୨୦୨୩ ସୁଦ୍ଧା ବ୍ରଡ୍‌ଗଜ୍‌ରେ ୧୦୦ ପ୍ରତିଶତ ବିଦ୍ୟୁତିକରଣ ସମ୍ପନ୍ନ ହେବ। ସେହିପରି ୨୭ ସହରରେ ମେଟ୍ରୋ ସେବା ଯୋଗାଇ ଦିଆଯିବ। ଏଥି ପାଇଁ ୧୦୧୬ କିଲୋମିଟର ରେଳଲାଇନ୍‌ ନିର୍ମାଣ କରାଯିବ। ନାଗପୁର ,କୋଚି, ଚେନ୍ନାଇ, ନାସିକରେ ମେଟ୍ରୋ ପ୍ରକଳ୍ପ କରାଯିବ। ପୂର୍ବାଞ୍ଚଳ ପାଇଁ ପିପିଇ ମୋଡ୍‌ରେ ବିକାଶ କାର୍ଯ୍ୟ ସମ୍ପନ୍ନ ହେବ। ରେଳପଥର ବିକାଶ ଲାଗି ନୂଆ ରେଳ ଯୋଜନା ପ୍ରସ୍ତୁତି ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

 

Share