ଚାଷୀଙ୍କଠୁ ଲୁଟି ନେଲେ ୧.୨୫ ଲକ୍ଷ ଟଙ୍କା

ଅତାବିରା,୭।୧: ବରଗଡ଼ ଜିଲା ଅତାବିରା ଥାନା ଗୋଡଭଗା ଫାଣ୍ଡି ଅଧୀନ ଗୋଡଭଗାରେ ଜଣେ ଚାଷୀଙ୍କଠାରୁ ଗୁରୁବାର ଦିନ ଦ୍ୱିପ୍ରହରରେ ୧ଲକ୍ଷ ୨୫ ହଜାର ଟଙ୍କା ଲୁଟ୍‌ ହୋଇଛି। ଖବର ପାଇ ଗୋଡଭଗା ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଚଳାଇଥିଲେ ମଧ୍ୟ ଲୁଟେରାଙ୍କ ଟେର୍‌ ପାଇପାରିନାହିଁ।
ସୂଚନା ଅନୁସାରେ, ଗୁରୁବାର ପୂର୍ବାହ୍ନରେ ଜାଙ୍ଗେଡ ପଞ୍ଚାୟତ ବାବାଜୀ ମଠର ଚାଷୀ ନିର୍ମଳ ପୁଟି ଗୋଡଭଗା ସ୍ଥିତ ସମବାୟ ବ୍ୟାଙ୍କରୁ ୧.୨୫ ଲକ୍ଷ ଋଣ ଟଙ୍କା ଉଠାଇ ଏକ ବ୍ୟାଗ୍‌ରେ ଧରି ବାହାରିଥିଲେ। ଏହି ସମୟରେ ଲୁଟେରାମାନେ ତାଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌କୁ ଛଡାଇ ନେଇ ଫେରାର ହୋଇଯାଇଥିଲେ। ଏ ନେଇ ନିର୍ମଳ ଫାଣ୍ଡିରେ ଅଭିଯୋଗ କରିବା ପରେ ଅତାବିରା ଥାନା ଆଇଆଇସି ପୁରୁଷୋତ୍ତମ ଭୋଇ, ଫାଣ୍ଡି ଅଧିକାରୀ ବି. ନାୟକ ଘଟଣାସ୍ଥଳକୁ ପହଞ୍ଚତ୍ ତଦନ୍ତ କରିଥିଲେ। ଲୁଟ୍‌ ସମ୍ପର୍କରେ ଗୋଡଭଗା ଫାଣ୍ଡି ଅଧିକାରୀ ନାୟକଙ୍କୁ ପଚରାଯିବାରୁ ଘଟଣାର ତଦନ୍ତ ଚାଲିଥିବା କହିଥିଲେ।

Share