Categories: ବାଣିଜ୍ୟ

୧.୪୯ ଲକ୍ଷ କୋଟିର ଟିକସ ରିଫଣ୍ଡ

ଭୁବନେଶ୍ୱର,୩୦।୧୨: ଚଳିତ ଆର୍ଥିକ ବର୍ଷର ସୂଚନା ଅନୁସାରେ ଗୁରୁବାର ସୁଦ୍ଧା ୧.୪୫ କୋଟି ଟିକସଦାତାଙ୍କୁ ୧୪୯ ଲକ୍ଷ କୋଟି ଟଙ୍କାର ଟ୍ୟାକ୍ସ ସେଣ୍ଟ ଜାରି କରିଛନ୍ତି। ଏ ସମ୍ପର୍କରେ ନିକଟରେ ଆୟକର ବିଭାଗ ଟୁଇଟ କରି ସୂଚନା ଦେଇଛି। ଚଳିତ ଆର୍ଥିକ ବର୍ଷ ଲାଗି ଜାରି କରାଯାଇଥିବା ୨୧.୦୨୧ କୋଟି ଟଙ୍କା ମଧ୍ୟରୁ ପ୍ରାୟ ୧୦୭ କୋଟି ଟଙ୍କାର ରିଫଣ୍ଡ ସାମିଲ ରହିଛି। ଡିସେମ୍ବର ମାସ ଲାଗି ୪୬୭ କୋଟିରୁ ଉଦ୍ଧର୍‌ବ ଆୟକର ରିଟର୍ଣ୍ଣ ଦାଖଲ କରାଯାଇଛି। ସେହିପରି ୧୪୨ କୋଟି ୟୁନିଟକୁ ୫୦,୭୯୩ କୋଟି ଟଙ୍କାର ଆୟକର ରିଫଣ୍ଡ କରାଯାଇଛି। ଏହାଛଡ଼ା ୨୧୯ ଲକ୍ଷ ମାମଲାରେ ୯୮,୫୦୪ କୋଟି ଟଙ୍କାର କର୍ପୋରେଟ ଟିକସ ଫେରସ୍ତ କରାଯାଇଛି। ସେହିଭଳି ସିବିଡିଟି ବାବଦରେ ୨୦୨୧ ଏପ୍ରିଲ ୧ ତାରିଖରୁ ଡିସେମ୍ବର ୨୭ ତାରିଖ ମଧ୍ୟରେ ୧୪୫ କୋଟି ଟିକସଦାତାଙ୍କୁ ୧,୪୯,୨୯୭ କୋଟି ଟଙ୍କାର ଟ୍ୟାକ୍ସ ରିଫଣ୍ଡ କରାଯାଇଛି।

Share