Posted inଫୁରସତ

୧.୫ କୋଟି ଟଙ୍କା ଦରମା, ପାର୍ଟନରଙ୍କ ସହ ରହିବାକୁ ମିଳିବ ପୂରା ଆଇଲାଣ୍ଡ: ଅରବପତିଙ୍କ ନିଯୁକ୍ତି ଅଫର୍‌

ଅନେକ ଥର କୌଣସି ଏକ ସ୍ଥାନକୁ ବୁଲିବାକୁ ଗଲେ ସେଠାକାର ସୌନ୍ଦର୍ଯ୍ୟ ଏତେ ଭଲ ଲାଗେ ଯେ ସେଠାରୁ ଫେରିବାକୁ ଆଦୌ ଇଛା ହୁଏ ନାହିଁ। କିନ୍ତୁ ସେଠାରେ ରହିବା ଏବଂ ଖାଇବା ପାଇଁ ଅଧିକ ଖର୍ଚ୍ଚ ହୁଏ। ଯଦି ଏପରି ଜାଗାରେ ମାଗଣାରେ ରହିବା ଏବଂ ମାସିକ ଦରମାରେ ଚାକିରି କରିବାକୁ ମିଳେ ତେବେ ଲଟେରୀ ଲାଗିଗଲା ବୋଲି ଜାଣ। ଜଣେ ଅରବପତି କପଲଙ୍କୁ ଟଙ୍କା ଦେଇ ଏକ ପ୍ରାଇଭେଟ୍‌ ଆଇଲାଣ୍ଡରେ ରହିବାକୁ ସୁଯୋଗ ଦେଉଛନ୍ତି।
ଫେୟାରଫ୍ୟାକ୍ସ ଆଣ୍ଡ୍‌ କେନ୍ସିଙ୍ଗଟନ(Fairfax and Kensington) ନାମକ ଏକ ନିଯୁକ୍ତି ଏଜେନ୍ସି ଏହି ତାଲିକା ପ୍ରସ୍ତୁତ କରିଛି। ଏହା ଏକ ଫୁଲ୍‌ ଟାଇମ୍‌ କାମ, ଯାହା ଆପଣଙ୍କ ସାଥୀଙ୍କ ସହିତ କରିବାକୁ ହେବ। ଏହାର ପ୍ରତିବଦଳରେ କପଲ୍‌ଙ୍କୁ ଉଚ୍ଚ ବେତନ ଏବଂ ଅନ୍ୟାନ୍ୟ ସୁବିଧା ମଧ୍ୟ ମିଳିବ।
ଏହି ସୁନ୍ଦର ଆଇଲାଣ୍ଡରେ ରହିବାକୁ କପଲ୍‌ଙ୍କୁ ଦରମା ଦିଆଯିବ। ଅରବପତି ଏହି ସ୍ଥାନର ସୌନ୍ଦର୍ଯ୍ୟ ସାରା ବିଶ୍ୱକୁ ଦେଖାଇବାକୁ ଚାହୁଁଛନ୍ତି। ନିଯୁକ୍ତି ପାଇଥିବା କପଲ୍‌ british Virgin Islandsରେ ରହିବାର ସୁଯୋଗ ପାଇବେ ଏବଂ ଏହି ସ୍ଥାନର ସୌନ୍ଦର୍ଯ୍ୟ ସାରା ବିଶ୍ୱ ସହ ଶେୟାର କରିବେ। ଏହି ସ୍ଥାନରେ ରହିବା ପାଇଁ କପଲ୍‌ ୧,୫୪,୦୩,୭୨୯ ଟଙ୍କା ପାଇବେ। ଏଠାରେ ରହୁଥିବା କପଲ୍‌ଙ୍କୁ ବର୍ଷକୁ ଥରେ ଘରକୁ ଆସିବାର ସୁଯୋଗ ମଧ୍ୟ ଦିଆଯିବ।
ଏଥି ସହିତ ଦମ୍ପତିଙ୍କୁ ସପ୍ତାହରେ ୬ ଦିନ କାମ କରିବାକୁ ପଡିବ। ସେମାନେ ବର୍ଷକୁ ଥରେ ଘରକୁ ଆସିବେ ଏବଂ ସେମାନଙ୍କୁ ୨୫ଟି ଛୁଟି ମଧ୍ୟ ଦିଆଯିବ। ଏହି ରିପୋର୍ଟ ବାହାରିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଅନେକ ଲୋକ ଏହାକୁ ବିଶ୍ୱାସ କରିପାରୁ ନାହାନ୍ତି। ଏଥି ସହିତ କିଛି ଲୋକ ଏହାକୁ କେବଳ ଗୁଜବ ବୋଲି କହୁଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ସବୁଠୁ ଛୋଟ ର୍ୟୁବିକ୍‌ କ୍ୟୁବ୍‌

ର୍ୟୁବିକ୍‌ କ୍ୟୁବ୍‌ ଏକ ବ୍ରେନ୍‌ ଗେମ୍‌। ଏହାକୁ ସଲ୍‌ଭ କରିବା ଏତେଟା ସହଜ ନୁହେଁ। ତେଣୁ ଅନେକେ ଏହାକୁ ସଲ୍‌ଭ କରିବା ଲାଗି ହାତରେ କ୍ୟୁବ୍‌...

କଖାରୁରେ ଚଢ଼େଇ

କଖାରୁ ଖାଇବାକୁ ହୁଏତ ଅନେକଙ୍କୁ ଭଲ ନ ଲାଗିପାରେ। ହେଲେ କଖାରୁରେ ତିଆରି ଏହି କାରିଗରି ନିଶ୍ଚିତଭାବେ ସମସ୍ତଙ୍କୁ ଭଲ ଲାଗିବ। ବୁଲଗେରିଆର ଫୁଡ୍‌ ଆର୍ଟିଷ୍ଟ...

ମରୁଭୂମିରେ ବାହାରିଛି ହାତ

ଉତ୍ତର ଚିଲିରେ ଥିବା ଆଟାକାମା ମରୁଭୂମି ହେଉଛି ପୃଥିବୀର ସବୁଠାରୁ ଶୁଷ୍କ ମରୁଭୂମି। ଏଠାରେ ବହୁତ କମ୍‌ ବର୍ଷା ହୁଏ। ୨୫ ବର୍ଷ ପୂର୍ବରୁ ଏହି...

ପ୍ରଭୁଙ୍କୁ ସମର୍ପି ଦେଇଥିଲି ପ୍ରଥମ ଦରମା

ମୋ ଭଳି ଆର୍ଥତ୍କ ଅସ୍ବଚ୍ଛଳ ସଂଘର୍ଷରତ ନିମ୍ନ ମଧ୍ୟବିତ୍ତ ବର୍ଗର ସ୍ବପ୍ନୀଳ ଛାତ୍ରମାନେ ସବୁବେଳେ ଏକ ପ୍ରାପ୍ତି-ଅପ୍ରାପ୍ତିର ଆତଙ୍କିତ ସମୟ ଭିତରେ ଗତି କରନ୍ତି ଜଣେ...

ନିଆରା ଦୀପାବଳି

କେବଳ ଦୀପ ଓ ଆତସବାଜିରେ ସୀମିତ ନୁହେଁ। ଭାରତର ବିଭିନ୍ନ ସ୍ଥାନରେ ବେଶ୍‌ ନିଆରା ଢଙ୍ଗରେ ବି ଏହାର ପାଳନ କରାଯାଇଥାଏ .. ଦୀପାବଳିର ଆଲୋକମାଳା...

ଏମିତି କଲେ ଘର ପାଇଁ ଅମଙ୍ଗଳ, ଜାଣନ୍ତୁ କ’ଣ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ଖାସ୍‌ କାର୍ଯ୍ୟ ରହିଛି, ଯାହାକୁ କରିବା ଦ୍ୱାରା ଘରର ଅମଙ୍ଗଳ ହେବା ସହ ଉନ୍ନତି ପଥରେ ବାଧା ଉପୁଜିଥାଏ। ଯେମିତିକି:...

ମହିଳାଙ୍କୁ ନ୍ୟାୟ ଦେଉଛି ଛାଡ଼ପତ୍ର ମନ୍ଦିର

ଟୋକିଓ: ଜାପାନର କାମାକୁରା ସହରସ୍ଥିତ ମତ୍ସୁଗାଓକା ଟୋକେଇଜି ମନ୍ଦିରକୁ ଛାଡ଼ପତ୍ର ମନ୍ଦିର ବୋଲି ମଧ୍ୟ କୁହାଯାଏ। ବୈବାହିକ ଜୀବନରେ ବିଭିନ୍ନ ଅସୁବିଧା ଏବଂ ନିର୍ଯାତନାର ସମ୍ମୁଖୀନ...

ଦୀପାବଳିରେ ମା’ ଲକ୍ଷ୍ମୀଙ୍କୁ କେମିତି କରିବେ ସନ୍ତୂଷ୍ଟ, ଜାଣନ୍ତୁ

ଘରର ସୁଖଶାନ୍ତି ବୃଦ୍ଧି ପାଇଁ ଅନେକେ ଦୀପାବଳି ଦିନ ମାତା ଲକ୍ଷ୍ମୀଙ୍କର ପୂଜା କରିଥାନ୍ତି। ମା’ଙ୍କୁ ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରିବା ସହ ମା’ଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri