Advertisement

ଅନକାଡେଲି ଅଞ୍ଚଳରୁ ୧.୫ କୋଟି ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ/ଲମତାପୁଟ,୧ା୧୧(ସ୍ବ.ପ୍ର.)-କୋରାପୁଟ ଜିଲା ଲମତାପୁଟ ବ୍ଲକ ଅନକାଡେଲି ପଞ୍ଚାୟତର ହନୁମାଳ ଗ୍ରାମରେ ରବିବାର ପୋଲିସ ଚଢାଉ କରି ୮କୁଇଣ୍ଟାଲ ୧୨ କେଜି ୭୦୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ଦେଢ କୋଟି ଟଙ୍କା ହେବ ବୋଲି ଜଣାଯାଇଛି । ହନୁମାଳ ଗ୍ରାମରେ ବିପୁଳ ପରିମାଣରେ ଗଞ୍ଜେଇ ଗଚ୍ଛିତ ରଖାଯାଇଥିବା ନେଇ ଖବର ପାଇ ରବିବାର ଲମତାପୁଟ, ମାଛକୁଣ୍ଡ ଓ ଜଲାପୁଟ ପୋଲିସର ଏକ ୫ ଜଣିଆ ଟିମ୍‌ ହନୁମାଳ ଗ୍ରାମ ଉପରେ ଚଢାଉ କରିଥିଲେ। ଗ୍ରାମରେ ଥିବା ଗୋବର୍ଦ୍ଧନ ଦଳେଇଙ୍କ ଏକ ନିର୍ମାଣଧୀନ ଘରେ ବସ୍ତାରେ ଗଚ୍ଛିତ ଥିବା ଉପରୋକ୍ତ ପରିମାଣର ଗଞ୍ଜେଇ ଜବତ କରିଥିଲେ। ପୋଲିସ ପକ୍ଷରୁ ଏକ ମାମଲା ରୁଜୁ ହୋଇ ଅଧିକ ତଦନ୍ତ ଚାଲିଛି। ଏଥିରେ ଜଡିତ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share