Categories: ଜାତୀୟ

ଲୋଗୋ ବ୍ୟାଗ୍‌ ବିକି ଦେଢ଼ ଲକ୍ଷ ଜରିମାନା

ହାଇଦ୍ରାବାଦ୍‌, ୧୨ା୧: ଲୋଗୋ ଥିବା ପ୍ଲାଷ୍ଟିକ ବ୍ୟାଗକୁ ୬ ଟଙ୍କାରେ ବିକ୍ରି କରି ଏକ ଷ୍ଟୋର ମାଲିକଙ୍କୁ ଦେଢ଼ ଲକ୍ଷ ଟଙ୍କା ଜରିମାନା ଭରିବାକୁ ପଡ଼ିଛି। ହାଇଦ୍ରାବାଦର ଓ୍ବାଇ ସଞ୍ଜୟ ନାମକ ଜଣେ ବ୍ୟକ୍ତି ଏ ନେଇ ଅଭିଯୋଗ କରିବା ପରେ ସମ୍ପୃକ୍ତ ଦୋକାନ ଉପରେ ଖାଉଟି କମିଶନ ପକ୍ଷରୁ ଜରିମାନା ଲଗାଯାଇଛି। ୨୦୧୯ ମେ ୩୧ରେ ସଞ୍ଜୟ ସୁପରମାର୍କେଟରୁ କିଛି ଖାଦ୍ୟ ସାମଗ୍ରୀ କିଣିବା ପରେ ଦୋକାନୀ ତାଙ୍କୁ ଏକ ପ୍ଲାଷ୍ଟିକ୍‌ ବ୍ୟାଗ ଦେଇଥିଲେ, ଯେଉଁଥିରେ ବିଜ୍ଞାପନ ପାଇଁ ସେହି ଷ୍ଟୋରର ଲୋଗୋ ରହିଥିଲା। ଏଥିପାଇଁ ୬ ଟଙ୍କା ଦାବି କରିବାରୁ ସଞ୍ଜୟ ଏହାର ପ୍ରତିବାଦ କରିଥିଲେ। ପ୍ଲାଷ୍ଟିକ ଜରି ପରିବେଶ ପାଇଁ ହାନିକାରକ। ଏଥିସହ ଏଥିରେ ନିଜର ବିଜ୍ଞାପନ ଛାପି ଟଙ୍କା ଦାବି କରିଥିବାରୁ କମିଶନ ସମ୍ପୃକ୍ତ ଷ୍ଟୋରକୁ ଦେଢ଼ ଲକ୍ଷ ଜରିମାନା ଲାଗୁ କରିବା ସହ ଅଭିଯୋଗକାରୀଙ୍କୁ ୧୫ ହଜାର ଟଙ୍କା କ୍ଷତିପୂରଣ ଦେବାକୁ କମିଶନ ନିର୍ଦ୍ଦେଶ ଦେଇଥିଲେ।

Share