ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଆଜି ଆକାଉଣ୍ଟକୁ ଯିବ ‘ସୁଭଦ୍ରା’ର ୧ ଟଙ୍କା, ୯ ତାରିଖରେ କେଉଁମାନଙ୍କୁ ମିଳିବ ଜାଣି ରଖନ୍ତୁ…

ଭୁବନେଶ୍ୱର,୭ା୧୦: ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ର ୧ ଟଙ୍କା ସୋମବାର ବ୍ୟାଙ୍କ ଖାତାକୁ ଆସିବ। ଏନେଇ ବଡ଼ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରୀଡ଼ା। ତେବେ ଆସନ୍ତା ୯ ତାରିଖରେ ଯୋଗ୍ୟ ହିତାଧିକାରୀଙ୍କୁ ‘ସୁଭଦ୍ରା’ ଟଙ୍କା ଦିଆଯିବ ବୋଲି ମଧ୍ୟ ଉପମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଆଜି ସୁଦ୍ଧା ୧ କୋଟି ମହିଳାଙ୍କ ଆବେଦନ ପୂରଣ ହୋଇପାରେ। ୩୨ ଲକ୍ଷ ଏମ୍‌ପିସିଆଇ କ୍ଲିୟରାନ୍ସ ସମ୍ପୂର୍ଣ୍ଣ ହୋଇଥିବା ପ୍ରଭାତୀ କହିଛନ୍ତି। ସୁଭଦ୍ରାଙ୍କ କ୍ଷେତ୍ର ବାରିପଦାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦ୍ୱିତୀୟ ପର୍ଯ୍ୟାୟ ଟଙ୍କାକୁ ପ୍ରଦାନ କରିବେ। ଏଥିପାଇଁ ବାରିପଦାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

ଯେଉଁମାନଙ୍କ ବ୍ୟାଙ୍କ ଖାତା ଠିକ୍ ଥିବ ସେମାନଙ୍କୁ ଟଙ୍କା ମିଳିବ ।  ଆଧାରକାର୍ଡ, ବ୍ୟାଙ୍କ ଆକାଉଣ୍ଟ ସହ ମୋବାଇଲ ଲିଙ୍କ ହୋଇଥିଲେ ଟଙ୍କା ମିଳିବ। ସୁଭଦ୍ରା ଯୋଜନାରେ ସାମିଲ ହେବାକୁ ନିୟମାବଳୀକୁ ପୂରଣ କରୁଥିବା ମଧ୍ୟ ଦରକାର ବୋଲି  ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

ମହିଳାମାନେ ସଶକ୍ତ ହେଲେ ଓଡ଼ିଶାର ବିକାଶ ହେବ। ମହିଳାଙ୍କ ଶକ୍ତି ଓ ସାମର୍ଥ୍ୟ ରାଜ୍ୟ ବିକାଶର ମୂଳମନ୍ତ୍ର। ଏହାକୁ ହୃଦୟଙ୍ଗମ କରି କେନ୍ଦ୍ର ସରକାର ଆଗାମୀ ଦିନରେ ଓଡ଼ିଶାକୁ ସୁନାର ଓଡ଼ିଶାରେ ପରିଣତ କରିବେ ବୋଲି ଜନତା ମଇଦାନରେ ସେପ୍ଟେମ୍ବର ୧୭ ତାରିଖ ଅର୍ଥାତ୍‌ ନିଜ ଜନ୍ମଦିନରେ ବହୁ ଆକାଂକ୍ଷିତ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସୁଇଚ୍‌ ଟିପି ରାଜ୍ୟର ୨୫ ଲକ୍ଷ ୧୧ ଜଣ ମହିଳାଙ୍କ ଖାତାକୁ ପ୍ରଥମ କିସ୍ତି ସୁଭଦ୍ରା ସହାୟତା ରାଶି ପ୍ରଦାନ କରିଥିଲେ। ଯୋଜନାରେ ୧ କୋଟିରୁ ଊର୍ଦ୍ଧ୍ୱ ମହିଳାଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବ।

କିଛି ମହିଳାଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ଟଙ୍କା ଆସି ନ ଥିଲା। ପୁଣି ଆବେଦନ କରିଥିବା ମହିଳାମାନଙ୍କ ଆକାଉଣ୍ଟକୁ ସୁଭଦ୍ରା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ କିସ୍ତି ଟଙ୍କା ପାଇଁ ପରୀକ୍ଷାମୂଳକ ଭାବେ ଆଜି ପୁଣି ୧ ଟଙ୍କା ଆକାଉଣ୍ଟକୁ ଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ ଯେଉଁ ଯୋଗ୍ୟ ହିତାଧିକାରୀ ଏଥର ବି ବାଦ୍‌ ପଡ଼ିବେ ସେମାନେ ହତୋତ୍ସାହିତ ନ ହୋଇ ମାର୍ଚ୍ଚ ୮ ତାରିଖ ସୁଦ୍ଧା ସେମାନଙ୍କୁ ଟଙ୍କା ପ୍ରଦାନ କରାଯିବ ବୋଲି  ଉପମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭାତୀ ପରିଡ଼ାଙ୍କ ବଡ଼ ସୂଚନା: ୯ରେ SHG ମହିଳାଙ୍କୁ…

ଭୁବନେଶ୍ୱର,୭।୧୦: ‘ସୁଭଦ୍ରା’ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଆଜି ୧ ଟଙ୍କା ଯାଇଛି। ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ପାଇଁ ଖାତାକୁ ପରୀକ୍ଷାମୂଳକ ଭାବେ ଟଙ୍କାଟିଏ ଆସିଛି।...

ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ

ସୋନପୁର,୭।୧୦(ମୃତ୍ୟୁଞ୍ଜୟ ଶତପଥୀ): ଲାଞ୍ଚ ନେବା ନିର୍ବାହୀ ଯନ୍ତ୍ରୀଙ୍କୁ ମହଙ୍ଗା ପଡିଛି। ତେଲ ଜଳସେଚନ ବିଭାଜନ ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର କୁମାର ପାଢ଼ୀଙ୍କୁ ଭିଜିଲାନ୍ସ ବିଭାଗ ସୋମବାର...

ହେଲିକପ୍ଟର ମାଗିଲେ ମୁଖ୍ୟମନ୍ତ୍ରୀ, କହିଲେ…

ନୂଆଦିଲ୍ଲୀ/ଭୁବନେଶ୍ୱର,୭ା୧୦: ନକ୍ସଲ ମୁକାବିଲା ବୈଠକରେ କେନ୍ଦ୍ର ସହଯୋଗ ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନକ୍ସଲ ଅପରେଶନ ତୀବ୍ର କରିବାକୁ ୧୨ କମ୍ପାନୀ ଫୋର୍ସ ମାଗିଲେ...

ଆକାଉଣ୍ଟକୁ ଆସିଲା ‘ସୁଭଦ୍ରା’ର ୧ ଟଙ୍କା, ୯ରେ ଆସିବ ଆଉ…

ଭୁବନେଶ୍ୱର,୭ା୧୦: ‘ସୁଭଦ୍ରା’ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୧ ଟଙ୍କା। ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ପାଇଁ ଖାତାକୁ ପରୀକ୍ଷାମୂଳକ ଭାବେ ଟଙ୍କାଟିଏ  ଆସିଛି। ୯...

ଚକଦର ପ୍ରକଳ୍ପକୁ ନେଇ ତେଜିଲା ବିରୋଧ: ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

କେନ୍ଦୁଝର,୭।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ତେଲକୋଇଠାରେ ପ୍ରସ୍ତାବିତ ଚକଦର ପ୍ରକଳ୍ପକୁ ବିରୋଧ କରି ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ଘରାଉ କରାଯାଇଛି। ସମାକୋଇ ଚକଦର ପ୍ରକଳ୍ପ...

ପ୍ରସନ୍ନଙ୍କୁ କାଉଣ୍ଟର କଲେ ସମୀର, କହିଲେ ଏବେ ବି ବିଜେଡି ମଧ୍ୟରେ…

ଭୁବନେଶ୍ୱର,୭ା୧୦: ବିଜେଡିର ବରିଷ୍ଠ ନେତା ତଥା ରେଢ଼ାଖୋଲର ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ମନ୍ତବ୍ୟକୁ କଡ଼ା କାଉଣ୍ଟର କରିଛନ୍ତି ଭାଜପାର ପୂର୍ବତନ ସଭାପତି ସମୀର ମହାନ୍ତି। ଏନେଇ...

ଗାଁ ଦାଣ୍ଡରେ ଯୁବକଙ୍କୁ ଛୁରି ଭୁସି ହତ୍ୟା

ସୁନ୍ଦରଗଡ଼,୭।୧୦(ଜୟନାରାୟଣ ମେଣ୍ଡୁଳି): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri