Categories: ଜାତୀୟ

ରାମ ମନ୍ଦିର ନିର୍ମାଣ : ଗୋଟିଏ ମାସରେ ଟ୍ରଷ୍ଟର ଖାତାକୁ ଆସିଲାଣି ୧ହଜାର କୋଟି ଟଙ୍କା

ଲକ୍ଷ୍ନୌ,୧୨ ।୨: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପାଣ୍ଠି ଏକାଠି କରିବା କାର୍ଯ୍ୟ ଯୋରସୋରରେ ଚାଲିଛି । ସାରା ଦେଶରେ ପାଖାପାଖି ଦେଢ ଲକ୍ଷ ଟୋଲି ଏହି କାର୍ଯ୍ୟ କରୁଛନ୍ତି । ଏହି ସଂଗୃହିତ ଅର୍ଥକୁ ୩୭ ହଜାର ଲୋକ ବ୍ୟାଙ୍କରେ ଜମା କରୁଛନ୍ତି । ଶ୍ରୀରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟଙ୍କ କହିବା ଅନୁଯାୟୀ, ସମ୍ପୂର୍ଣ୍ଣ ସଠିକ ନ ହେଲେ ବି ଅନୁମାନ କରାଯାଉଛି ରାମ ମନ୍ଦିର ନିର୍ମାଣ ପାଇଁ ମାସକରୁ କମ୍ ସମୟ ମଧ୍ୟରେ ପାଖାପାଖି ୧୦୦୦କୋଟି ଟଙ୍କ ବ୍ୟାଙ୍କ ଖାତାକୁ ଆସି ସାରିଛି । ଆହୁରି ମଧ୍ୟ ଅନେକ ଦାତାଙ୍କ ଦାନ ବ୍ୟାଙ୍କ ଖାତାକୁ ଏପର୍ଯ୍ୟନ୍ତ ଆସି ନାହିଁ । କାରଣ ଏଥିପାଇଁ ସମୟ ଲାଗୁଛି । ବିଶ୍ୱ ହିନ୍ଦୁ ପରିଷଦର ପ୍ରାୟ ୧.୫ ଲକ୍ଷ ଗ୍ରୁପ ସାରା ଦେଶରେ ଘରକୁ ଘର ବୁଲି ପାଣ୍ଠି ସଂଗ୍ରହ କରୁଛନ୍ତି । ଏପଟେ ନିର୍ମାଣ କାର୍ଯ୍ୟ ଲାଗି ୫ ମିଟର ଖନନ କାର୍ଯ୍ୟ ସରିଥିବା କୁହାଯାଉଛି ।

Share