ଗୋଟିଏ କ୍ଲିକ୍‌ରେ ଆକାଉଣ୍ଟରୁ କଟିଗଲା ୧୩ ଲକ୍ଷ ଟଙ୍କା

ଭୁବନେଶ୍ୱର,୧୯ା୧(ବ୍ୟୁରୋ): ରାଜଧାନୀରେ ପୁଣି ମାତିଛନ୍ତି ସାଇବର୍‌ ଠକ। ମୋବାଇଲ ନମ୍ବର ପୋଟାଲ କରିବା ନାଁରେ ୧୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଶୈଳଶ୍ରୀବିହାର ଅଞ୍ଚଳରେ ଏପରି ବଡ଼ ଧରଣର ସାଇବର ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଠକେଇର ଶିକାର ହୋଇଥିବା ଶୈଳଶ୍ରୀବିହାର ଅଞ୍ଚଳର ସଦାଶିବ ମହାନ୍ତି ସାଇବର ଥାନାରେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ସଦାଶିବ ଟିସିଆଇର ଜଣେ ପୂର୍ବତନ ଅଧିକାରୀ। ସେ ତାଙ୍କ ମୋବାଇଲ ନମ୍ବର ପୋଟାଲ କରିବାକୁ ଆବେଦନ କରିଥିଲେ। ସାଇବର ଠକ ଓଟିପି ପଠାଇ ଲିଙ୍କ୍‌ରେ କ୍ଲିକ୍‌ କରିବାକୁ କହିଥିଲେ। ପରେ ଲିଙ୍କ୍‌ କ୍ଲିକ୍‌ କରିବା ପରେ ଆକାଉଣ୍ଟ ଖାଲି ହୋଇଯାଇଥିଲା। ଅଭିଯୋଗ ପରେ ପୋଲିସ ତଦନ୍ତ ଜାରି ରଖିଛି।

Share