୧୩ ଲକ୍ଷ ଟଙ୍କାର ଅଫିମ ଜବତ, ୫ ଗିରଫ

କେନ୍ଦୁଝର,୨୦।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ପୋଲିସ ଚଢ଼ାଉ କରି ବୁଧବାର କଳିଆଦୁମା ନିକଟରୁ ଚୋରା ଅଫିମ ବୋଝେଇ ଏକ କାରକୁ ଜବତ କରିଛି। ଏହା ସହ ୫ ଜଣଙ୍କୁ ଗିରଫ କରିଛି । ୯ କିଲୋ ୯୪୦ ଗ୍ରାମ ଜବତ ଅଫିମର ମୂଲ୍ୟ ପାଖାପାଖି ୧୩ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଗିରଫମାନେ ହେଲେ ଜହ୍ନ ହାସା, ଜଗାଇ ସଲୁକା, ସନି ମୁଣ୍ଡା, ପାଟୁଆ ମୁଣ୍ଡା ଓ ଟୁରି ମୁଣ୍ଡା । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହା ଝାରଖଣ୍ଡକୁ ଚାଲାଣ ହେଉଥିବା ଅନୁମାନ କରାଯାଉଛି।