ମୁମ୍ବାଇ,୧୧।୨: ମହାରାଷ୍ଟ୍ରରେ ହସ୍ପିଟାଲରେ ଚିକିତ୍ସତ ହେଉଥିବା ୫ ମାସର ଶିଶୁ କନ୍ୟା ତୀରା କାମତଙ୍କ ଜୀବନ ରକ୍ଷା ହେବାର ଆଶା ସଞ୍ଚାର ହୋଇଛି। ତୀରା ଏସ୍ଏମ୍,-ଟାଇପ୍୧ ନାମକ ବିରଳ ରୋଗରେ ପୀଡ଼ିତା। ତାଙ୍କ ଜୀବନ ରକ୍ଷା ପାଇଁ ଡାକ୍ତର ୧୬ କୋଟି ଟଙ୍କାର ଇଞ୍ଜେକଶନ ଲେଖିଥିଲେ। ଏହାକୁ ବିଦେଶରୁ ମଗାଇବାକୁ ପଡ଼ିବପ ବୋଲି ଡାକ୍ତର ସୂଚନା ଦେଇଥିଲେ। ତେବେ ଏହା ଉପରେ ୬ କୋଟି ଟଙ୍କାର ଟିକସ ଲାଗିବ। ଏକଥା ଶୁଣି ତୀରାଙ୍କ ମାତା ପ୍ରିୟଙ୍କା ଏବଂ ପିତା ମିହିର ଦେଶାଇଙ୍କ ପାଦତଳୁ ମାଟି ଖସି ଯାଇଥିଲା। ବିନା ଇଞ୍ଜେକଶନ୍ରେ ତୀରା ୧୮ମାସ ବଞ୍ଚିବେ ବୋଲି ଡାକ୍ତର କହିଥିଲେ। ଏନେଇ ପରିବାର ସଦସ୍ୟ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ାନଭୀସ୍ଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ ଲାଗି ଅନୁରୋଧ କରାଯାଇଥିଲା। ଦେବେନ୍ଦ୍ର ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ। ମୋଦି ଟିକସ ଛାଡ଼ ପାଇଁ ଅନୁମତି ଦେଇଥିଲେ। ଏବେ ତୀରାଙ୍କ ମାତା ପିତା ୧୦ କୋଟି ଟଙ୍କା ଜମା କରି ଇଞ୍ଜେକଶନ ଆଣିବେ। ସେମାନେ କଷ୍ଟକରି ଆବଶ୍ୟକ ଟଙ୍କା ଯୋଗାଡ଼ କରିଛନ୍ତି। ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଯୋଗୁ ଏହା ସମ୍ଭବ ହୋଇ ପାରିଛି।
Posted inଜାତୀୟ