ନୂଆଦିଲ୍ଲୀ,୨୯।୭: କୃଷକମାନଙ୍କର ଉନ୍ନତି ଲାଗି ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନା ବା ପିଏମ୍ କିଷାନ ଯୋଜନା ଘୋଷଣା କରିଛନ୍ତି। ସରକାର ଏହି ଯୋଜନାର ୬ଷ୍ଠ କିସ୍ତି ଭାବେ ଅଗଷ୍ଟରେ ୧୭ ହଜାର କୋଟି ଟଙ୍କା ବଣ୍ଟନ ଲାଗି ଯୋଜନା ରଖିଛନ୍ତି। ଅଗଷ୍ଟ ପହିଲାରେ ଏହି ରାଶି ପ୍ରଦାନ କରାଯିବ ବୋଲି ସୂଚନା ରହିଛି। ଉକ୍ତ ଯୋଜନାରେ ବର୍ତ୍ତମାନ ସୁଦ୍ଧା ୧୦ କୋଟି କୃଷକ ଯୋଡିହୋଇଛନ୍ତି। କରୋନା ସମୟରେ ଲୋକଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଅର୍ଥ ପ୍ରଦାନ କରାଯାଉଥିବାରୁ ଏହା ସେମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ ବୋଲି ସରକାର କହିଛନ୍ତି। ୨୦୧୯ ଫେବୃୟାରୀରେ ଉକ୍ତ ଯୋଜନାକୁ ସରକାର ଆରମ୍ଭ କରିଥିଲେ। ଏହାଦ୍ୱାରା ବର୍ଷକୁ ୩ଟି କିସ୍ତିରେ ଲୋକଙ୍କୁ ଅର୍ଥ ଯୋଗାଣ ନେଇ ବ୍ୟବସ୍ଥା କରାଯାଇଛି।