ନୂଆଦିଲ୍ଲୀ,୧୪।୪: ଗତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଭାରତୀୟ ଖାଦ୍ୟ ନିଗମ(ଏଫ୍ସିଆଇ) ଏବଂ ରାଜ୍ୟଗୁଡ଼ିକୁ ଖାଦ୍ୟ ସବ୍ସିଡି ଆକାରରେ ୨,୯୪,୭୧୮କୋଟି ଟଙ୍କା ଜାରି କରାଯାଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ ଖାଦ୍ୟ ଏବଂ ସାର୍ବଜନୀନ ବିତରଣ ବିଭାଗ ପକ୍ଷରୁ ୨,୯୨,୪୧୯.୧୧ କୋଟି ଟଙ୍କାର ସଂଶୋଧିତ ଅନୁମାନ ବ୍ୟତୀତ ବିକେନ୍ଦ୍ରୀକରଣ କ୍ରୟ ଏବଂ ଅଣ ବିକେନ୍ଦ୍ରୀକରଣ ସଞ୍ଚାଳନ ପାଇଁ ଖାଦ୍ୟ ସବ୍ସିଡି ରୂପରେ ୨,୯୪,୭୧୮ କୋଟି ଟଙ୍କା ଜାରି କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ୨୦୨୧-୨୨ରେ ଜାରି କରାଯାଇଥିବା ଖାଦ୍ୟ ସବ୍ସିଡି ୨୦୨୦-୨୧ର ଖାଦ୍ୟ ସବ୍ସିଡିର ପ୍ରାୟ ୧୪୦ % ହୋଇଥିବା ବେଳେ ୨୦୧୯-୨୦ ବର୍ଷ ଖାଦ୍ୟ ସବ୍ସିଡିର ପ୍ରାୟ ୨୬୭% ।