ଭୁବନେଶ୍ୱର,୭।୪(ବ୍ୟୁରୋ): ଗଞ୍ଜାମ ଜିଲା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳଙ୍କ ଘରୁ ମିଳିଲା ନଗଦ ୨ କୋଟି ଟଙ୍କା । ଯାହା ଓଡ଼ିଶା ଭିଜିଲାନ୍ସ ଇତିହାସରେ ପ୍ରଥମ ଘଟଣା। ଯନ୍ତ୍ରୀଙ୍କର ଭୁବନେଶ୍ୱର ସ୍ଥିତ ଟାଟା ଆରିଆନା ଫ୍ଲାଟ୍ରୁ ଏତେ ଗୁଡ଼ିଏ ଟଙ୍କା ମିଳିଛି ।
ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ବୁଧବାର ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା। ୫ ଜଣ ଡିଏସ୍ପିଙ୍କ ନେତୃତ୍ୱରେ ୧୧ ଜଣ ଇନ୍ସିପେକ୍ଟରଙ୍କୁ ନେଇ ଭଞ୍ଜନଗର ପାର୍କ ରୋଡରେ ଥିବା କ୍ୱାଟର, ଖଲିକୋଟ ନିକଟସ୍ଥ ଲଙ୍ଗଳଖୋଲା ତାଙ୍କ ପୈତୃକ ବାସ ଭବନ ଓ ଭୁବନେଶ୍ବର ଖଣ୍ଡଗିରୀଠାରେ ଥିବା ବାସଭବନ ସମେତ ୬ ଟି ସ୍ଥାନରେ ସକାଳୁ ସକାଳୁ ଏକ କାଳୀନ ଚଢ଼ାଉ କରାଯାଇଥିଲା।