ଇନ୍ଦୋର,୧୯ ।୧୦: ମଧ୍ୟ ପ୍ରଦେଶରେ ଜଣେ ୧୨ ବର୍ଷର ବାଳକ ଉପରେ ରାମନବମୀରେ ଖରଗୋନରେ ହୋଇଥିବା ହିଂସା ସମୟରେ ଭଙ୍ଗାରୁଜା ଓ ସମ୍ପତ୍ତି ନଷ୍ଟ ଅଭିଯୋଗ ଆସିଛି । ଏହି କ୍ଷୟକ୍ଷତି ପାଇଁ ଉକ୍ତ ବାଳକଙ୍କୁ ୨.୯ ଲକ୍ଷ ଟଙ୍କାର କ୍ଷତି ପୂରଣ ଦେବାକୁ ନୋଟିସ ଆସିଛି । ବାଳକଟିର ମାଆ କହିଛନ୍ତି ଯେବେଠାରୁ ତା’ନାମରେ ଅଭିଯୋଗ ଆସିଛି ସେବେଠାରୁ ସେ ଡରି ଯାଇଛନ୍ତି । ଭୟ କରୁଛନ୍ତି କାଳେ ତାଙ୍କୁ ଗିରଫ କରି ନିଆଯିବ । ଅଭିଯୁକ୍ତ ବାଳକଙ୍କ ପିତା କାଲୁ ଖାଁ, ଯେକି ଜଣେ ଶ୍ରମିକ ତାଙ୍କୁ ୪.୮ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ କୁହାଯାଇଛି । ପରିବାରର ପଡୋଶୀମାନେ ଏକ ନୂଆ ନିୟମ କରି ଏହା ଦାବି କରିଛନ୍ତି ।
ମଧ୍ୟ ପ୍ରଦେଶର ଭାଜପା ଶାସିତ ରାଜ୍ୟରେ ସାର୍ବଜନିକ ସମ୍ପତ୍ତିର କ୍ଷତିକୁ ପ୍ରତିରୋଧ କରିବାକୁ ପୁନରୁଦ୍ଧାର ଅଧିନିୟମ ଆଇନ ଗତ ବର୍ଷ ଡିସେମ୍ବରରେ ଲାଗୁ କରାଯାଇଥିଲା । ଏହା ଉତ୍ତର ପ୍ରଦେଶର ନକଲ ଭାବେ ପାରିତ କରାଯାଇଥିଲା । ଧର୍ମଘଟ, ବିରୋଧ ଏବଂ ଜନ ବିବାଦ ସମୟରେ ସରକାରୀ ତଥା ବେସରକାରୀ ସମ୍ପତ୍ତିର ଇଚ୍ଛାକୃତ କ୍ଷତି ପାଇଁ ଏହି ଆଇନ କ୍ଷତିପୂରଣ ପୁନରୁଦ୍ଧାରକୁ ସକ୍ଷମ କରିଥାଏ । ଉତ୍ତର ପ୍ରଦେଶର କିଛି କ୍ଷେତ୍ରରେ ଏହି ଆଇନର ଅପବ୍ୟବହାର କରାଯାଇଛି ବୋଲି ଦାବି କରାଯାଇଛି ।