ରେଢାଖୋଲ,୨୩।୧୦(ଡି.ଏନ.ଏ.)-ସମ୍ବଲପୁର ଜିଲା ରେଢାଖୋଲ ସହର ବସ୍ଷ୍ଟାଣ୍ଡ ନିକଟ ରାଣିବନ୍ଧସ୍ଥିତ ଏକ ସାନିଟାରି ଦୋକାନ ସମ୍ମୁଖରୁ ଶୁକ୍ରବାର ବାଇକ୍ ଡିକି ଭାଙ୍ଗି ୨ ଲକ୍ଷ ଟଙ୍କା ଲୁଟ୍ ହୋଇଛି। ଲୁଟ୍ର ଶିକାର ହୋଇଛନ୍ତି କଦଳୀଗଡ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ପଣ୍ଡକିମାଳ ଗ୍ରାମର ପରମେଶ୍ବର ପ୍ରଧାନ। ରେଢାଖୋଲ ଥାନାରେ ସେ କରିଥିବା ଅଭିଯୋଗ ଅନୁସାରେ, ସ୍ଥାନୀୟ ଷ୍ଟେଟବ୍ୟାଙ୍କରୁ ସେ ୪ ଲକ୍ଷ ଟଙ୍କା ଉଠାଇଥିଲେ। ୫ଶହ ଟଙ୍କିଆ ନୋଟ ଥିବା ୨ଲକ୍ଷ ଟଙ୍କା ପକେଟରେ ରଖିଥିଲେ। ୨ଶହ ଟଙ୍କିଆ ନୋଟ୍ ଥିବା ୨ଲକ୍ଷ ଟଙ୍କା, ବ୍ୟାଙ୍କ ପାସ୍ବୁକ୍, ଆଧାର କାର୍ଡ, ଚେକ୍ବୁକ୍ ଆଦି ବାଇକ୍ (ନଂ. ଓଡି ୧୫ ଏଚ-୯୬୭୩) ଡିକିରେ ରଖିଥିଲେ। ଉକ୍ତ ସାନିଟାରି ଦୋକାନ ସମ୍ମୁଖରେ ବାଇକ ରଖି ଦୋକାନୀଙ୍କୁ ଭେଟିବାକୁ ଯାଇଥିଲେ। ଏହି ସମୟରେ ଲୁଟେରାମାନେ ଏକ ବାଇକ୍ରେ ଆସି ଡିକି ଭାଙ୍ଗି ଟଙ୍କା ଭର୍ତ୍ତି ବ୍ୟାଗ ଧରି ବସଷ୍ଟାଣ୍ଡ ଦେଇ ସମ୍ବଲପୁର ଦିଗକୁ ପଳାଇଥିବା ଅଭିଯୋଗପତ୍ରରେ ଦର୍ଶାଯାଇଛି।