ରାଉରକେଲାରୁ ୨୦ଲକ୍ଷ ଟଙ୍କାରେ ବାଣ ଜବତ

ରାଉରକେଲା,୬।୧୦: ଆଗକୁ ଆଲୋକର ପର୍ବ ଦୀପାବଳି। ଏନେଇ ବେଆଇନ ବାଣ ଗୋଦାମଗୁଡିକ ଖେଳିବା ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ଼ ଜିଲା ପ୍ଲାଣ୍ଟ ସାଇଟ ଥାନା ନିକଟ ଡେଲି ମାର୍କେଟରୁ ଏକ ବେଆଇନ ବାଣ ଗୋଦାମ ଠାବ ହୋଇଛି।

ପୋଲିସ ଗୋଦାମରେ ବେଆଇନ ଭାବେ ଗଚ୍ଚିତ କରାଯାଇଥିବା ପ୍ରାୟ ୨୦ଲକ୍ଷ ଟଙ୍କାର ୨୦୦ ପ୍ରକାରର ବେଆଇନ ବାଣ ଜବତ କରିଛି। ଏପରିକି ପୋଲିସ ବାଣ କାରବାରରେ ସମ୍ପୃକ୍ତ ୨ଜଣଙ୍କୁ ଗିରଫ କରିଛି। ପୋଲିସ ସେମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଆଗକୁ ବେଆଇନ ବାଣ କାରବାର ଉପରେ ଚଢାଉ ଜାରି ରହିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Share