ଲେମ୍ବୁ କିଲୋ ପିଛା ୨୦୦ ଟଙ୍କା…

ନୂଆଦିଲ୍ଲୀ, ୨।୪ : ଖରା ବଢ଼ିବା ସହିତ ଦେଶରେ ଲେମ୍ବୁ କିଲୋଗ୍ରାମ୍‌ ପିଛା ଦାମ୍‌ ବଢ଼ିବାରେ ଲାଗିଛି। ଏହା ଇତିମଧ୍ୟରେ କିଲୋଗ୍ରାମ୍‌ ପିଛା ୨୦୦ ଟଙ୍କାରେ ପହଞ୍ଚିଛି। ଶନିବାର ଗୁଜୁରାଟ ରାଜକୋଟରେ ଏଭଳି ଦାମ୍‌ ରେକର୍ଡ କରାଯାଇଛି।

ଚଳିତ ମାର୍ଚ୍ଚରେ ଲେମ୍ବୁ କ୍ୱିଣ୍ଟାଲ ପିଛା ଦାମ୍‌ରେ ଫେବୃୟାରୀ ତୁଳନାରେ ୮୦ ପ୍ରତିଶତ ବୃଦ୍ଧି ଘଟିଛି। ମାର୍ଚ୍ଚରେ ଏହାର ଦାମ୍‌ କ୍ୱିଣ୍ଟାଲ ପିଛା ୫,୧୦୦ ଟଙ୍କା ରହିଛି। ଖରା ଝାଞ୍ଜି ବଢୁଥିବାରୁ ଲେମ୍ବୁ ଦାମ୍‌ ଆକାଶ ଛୁଆଁ ହେଉଥିବା କୁହାଯାଉଛି। ଏହାଦ୍ୱାରା ଗ୍ରାହକଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡୁଥିବା ବ୍ୟବସାୟୀଙ୍କ ପକ୍ଷରୁ ପ୍ରକାଶ।

ଅଫିସିଆଲ ରେକର୍ଡ ଅନୁସାରେ ଚଳିତ ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଦେଶରେ ୩.୫୧ ନିୟୁତ ଟନ୍‌ ଲେମ୍ବୁ ଉତ୍ପାଦନ ହୋଇଥିବା ବେଳେ ଗତ ବର୍ଷ ଏହି ସମୟରେ ୫.୫୪ ନିୟୁତ ଟନ୍‌ ଲେମ୍ବୁ ଉତ୍ପାଦିତ ହୋଇଥିଲା। ଲେମ୍ବୁର ଚାହିଦା ବଢୁଥିବାବେଳେ ଉତ୍ପାଦନ କମ୍‌ ଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ବ୍ୟବସାୟୀଙ୍କ ପକ୍ଷରୁ ପ୍ରକାଶ।

Share