Categories: ଜାତୀୟ

ଫେରିନି ୧୦ହଜାର କୋଟି ପୁରୁଣା ୨ହଜାର ଟଙ୍କିଆ ନୋଟ୍‌: ଆରବିଆଇ ଗଭର୍ନର

ନୂଆଦିଲ୍ଲୀ,୨୧।୧୦;୨ହଜାର ଟଙ୍କା ନୋଟ୍‌ ଜମା ଓ ଅଦଳବଦଳ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ଅକ୍ଟୋବର ୭ତାରିଖ ପର୍ଯ୍ୟନ୍ତି ସମୟ ସୀମା ବୃଦ୍ଧି କରିଥିଲା। ଏହା ପରେ ମଧ୍ୟ ସବୁ ନୋଟ ବ୍ୟାଙ୍କରେ ପହଞ୍ଚି ପାରିନାହିଁ। ଏବେ ବି ବ୍ୟାଙ୍କରେ ନୋଟ ନେଣଦେଣ ଜାରି ରହିଛି। ଏସମ୍ପର୍କରେ ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏପର୍ଯ୍ୟନ୍ତ ଲୋକଙ୍କ ପାଖରେ ୧୦ହଜାର କୋଟିର ପୁରୁଣା ୨ହଜାର ଟଙ୍କିଆ ନୋଟ୍‌ ରହିଛି। ଏହି ନୋଟଗୁଡିକ ମଧ୍ୟ ଖୁବ୍‌ଶୀଘ୍ର ଫେରି ଆସିବ ବୋଲି ସେ ଆଶବ୍ୟକ୍ତ କରିଛନ୍ତି। ବ୍ୟାଙ୍କକୁ ୮୭ପ୍ରତିଶତ ୨ହଜାର ଟଙ୍କିଆ ଫେରି ସାରିଛି। ଅବଶିଷ୍ଟ ଆରବିଆଇ ଆକାଉଣ୍ଟରେ ଜମା କରାଯାଉଛି ବୋଲି ଆରବିଆଇ ଗଭର୍ନର କହିଛନ୍ତି।

Share