କ୍ଷୀର ଲିଟର ୨୦୦୦ ଟଙ୍କା, କପେ ଚା’ ଦାମ୍‌ ଶହେ…

କଲମ୍ବୋ, ୯।୪ : ଶ୍ରୀଲଙ୍କା ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏଠାରେ କ୍ଷୀର ଲିଟର ୨୦୦୦ ଟଙ୍କା ଛୁଇଁଥିବାବେଳେ କପେ ଚା’ ଦାମ୍‌ ଶହେ ଟଙ୍କାରେ ପହଞ୍ଚିଛି। ଋଣ ବୋଝରେ ଦେଶର ବିଦେଶୀ ମୁଦ୍ରାଭଣ୍ଡାର ୭୦ ପ୍ରତିଶତ ହ୍ରାସ ପାଇ ୨.୩୬ ଶହ କୋଟି ଡଲାରରେ ପହଞ୍ଚିଛି। ଦେଶରେ ୧୫ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ୍‌ କାଟ୍‌ ହେଉଛି। ସେହିପରି ଘଣ୍ଟା ଘଣ୍ଟା ଧାଡ଼ିରେ ଠିଆ ହେବା ପରେ ପେଟ୍ରୋଲ, ଖାଦ୍ୟ ପଦାର୍ଥ ଆଦି ମିଳୁଛି।

ବହୁ ଲୋକ ଭୋକରେ ରହୁଛନ୍ତି। ସରକାର ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ଅସଫଳ ହେବା ଯୋଗୁ ଲୋକଙ୍କ ମଧ୍ୟରେ ଆକ୍ରୋଶ ବୃଦ୍ଧି ପାଇବାରେ ଲାଗିଛି। ଦେଶରେ ଖାଦ୍ୟ ପଦାର୍ଥ ଦାମ ଆକାଶ ଛୁଆଁ ହେବାରେ ଲାଗିଛି। ବ୍ରେଡ୍‌ ପ୍ୟାକେଟ ଦାମ୍‌ ୧୫୦ ଟଙ୍କା ହୋଇଥିବାବେଳେ ଚାଉଳ ଏବଂ ଚିନି କିଲୋଗ୍ରାମ୍‌ ପିଛା ୨୯୦ ଟଙ୍କାରେ ପହଞ୍ଚିଛି।

Share