ଏସ୍‌ଡିଆର୍‌ଏଫ୍‌ରୁ ଖର୍ଚ୍ଚ ହେବ ୨୨୦୦ କୋଟି

ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ବାତ୍ୟା, ବନ୍ୟା ମୁକାବିଲା ପାଇଁ ବିପର୍ଯ୍ୟୟ ପରିଚାଳନା ପାଣ୍ଠି(ଏସ୍‌ଡିଆର୍‌ଏଫ୍‌)ରୁ ରାଜ୍ୟ ସରକାର ୨୨୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରିଛନ୍ତି। ସେଥିରୁ ୪୦ ପ୍ରତିଶତ ରିଲିଫ୍‌, ୩୦ ପ୍ରତିଶତ ପୁନରୁଦ୍ଧାର, ଥଇଥାନ, ରାସ୍ତାଘାଟ ମରାମତି, ୨୦ ପ୍ର୍‌ତିଶତ ମଧ୍ୟମ ଓ ଦୀର୍ଘକାଳୀନ ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ଖର୍ଚ୍ଚ କରାଯିବ। ୧୦ପ୍ରତିଶତ ଅର୍ଥ ଓଡିଶା ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ(ଓଏସ୍‌ଡିଏମଏ୍‌)ର ଆଧୁନିକୀକରଣ ଦିଗରେ ଖର୍ଚ୍ଚ କରାଯିବ। ଚଳିତ ବର୍ଷ ୨୧୪୦ କୋଟିରୁ ଏସଡିଆରଏଫକୁ ଜାତୀୟ ବିପର୍ଯ୍ୟୟ ପ୍ରଶନମନ ପାଣ୍ଠି(ଏନଡିଆର୍‌ଏଫ୍‌)ରୁ ଏ ପର୍ଯ୍ୟନ୍ତ ୮୬୯ କୋଟି ଟଙ୍କା ମଳିଛି। ରାଜ୍ୟର ଅଂଶଧନକୁ ମିଶାଇଲେ ଏ ପର୍ଯ୍ୟନ୍ତ ମୋଟ ୧୦୭୦ କୋଟି ଟଙ୍କା ଏସଡିଆରଫକୁ ମିଳିଛି। ସେଥିରୁ ଚଳିତ ବର୍ଷ କୋଭିଡ-୧୯ ମହାମାରୀ କ୍ଷେତ୍ରରେ ଅଧିକାଂଶ ଅର୍ଥ ଖର୍ଚ୍ଚ କରାଯାଇଥିବା ସ୍ବତନ୍ତ୍ର ରିଲିଫ କମିଶନର(ଏସଆରସି)ଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି।

Share